fbpx
BSKY
BJD MC SKY
BJD MS SKY

ପାକ୍-ବାଂଲାଦେଶ ମ୍ୟାଚ୍ ସମୟରେ ପାଲେଷ୍ଟାଇନ ପତାକା ଦେଖାଇବା ପଡ଼ିଲା ମହଙ୍ଗା: ୪ ଜଣଙ୍କୁ ବାନ୍ଧିନେଲା କୋଲକାତା ପୋଲିସ

କୋଲକାତା: ମଙ୍ଗଳବାର ଦିନ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ପାକିସ୍ତାନ-ବାଂଲାଦେଶ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ସମୟରେ ପାଲେଷ୍ଟାଇନ ପତାକା ଦେଖାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଝାଡଖଣ୍ଡର ବାସିନ୍ଦା ହୋଇଥିବାବେଳେ ଅନ୍ୟ ଦୁଇଜଣ କୋଲକାତାର ଇକବାଲପୁର ଏବଂ ପଡୋଶୀ ହାୱଡାର ବୋଲି ଜଣାପଡିଛି ।

ଆଇପିଏସ୍ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ‘ଆମେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗେଟ ନମ୍ବର ୬ ପାଖରୁ ଓ ୨ ଜଣଙ୍କୁ ବ୍ଲ ଜି୧ରୁ ପାଲେଷ୍ଟାଇନ ପତାକା ଉତ୍ତୋଳନ କରିବା ପାଇଁ ଗିରଫ କରିଛୁ । ଆମେ ସେମାନଙ୍କର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛୁ ।’

ସେ ବର୍ଣ୍ଣନା କରିଛନ୍ତି, ‘ପ୍ରଥମେ ସେଠାରେ ନିୟୋଜିତ ପୋଲିସ କର୍ମଚାରୀମାନେ ବୁଝିିପାରିଲେ ନାହିଁ ଯେ ପ୍ରଦର୍ଶନକାରୀମାନେ କଣ କରୁଛନ୍ତି । ଏହା ପରେ ସେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରିଥିଲେ ଓ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ସେ କୌଣସି ସ୍ଲୋଗାନ କହିନଥିଲେ ।’

କୋଲକାତା ପୋଲିସର ସୂତ୍ରରୁ ପ୍ରକାଶ ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଚାରିଜଣ ଯୁବକଙ୍କ ବୟସ ପ୍ରାୟ ୨୦ ବର୍ଷ । ସେମାନେ ଗାଜାରେ ଚାଲିଥିବା ଇସ୍ରାଏଲ୍-ହାମାସ ବିବାଦକୁ ବିରୋଧ କରୁଛନ୍ତି ଏବଂ ଏହି ଆନ୍ଦୋଳନ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚକୁ ବାଛିଥିଲେ ।

Get real time updates directly on you device, subscribe now.