ନୂଆଦିଲ୍ଲୀ- ଦେଶରେ ନାଗରିକଙ୍କ ପାଇଁ ଅନେକ ଦସ୍ତାବିଜ ରହିଛି । ସେଥି ମଧ୍ୟରୁ ପ୍ୟାନ କାର୍ଡ ଅନ୍ୟତମ । ଏହି କାର୍ଡ ବିନା ବ୍ୟାଙ୍କ, ଟ୍ୟାକ୍ସ କାମ ଅଟକି ଯିବ । ନିକଟରେ ସରକାର ଆରମ୍ଭ କରିଛନ୍ତି ପାନ ୨ । ଏଥିରେ ସମସ୍ତ ପାନକାର୍ଡଧାରୀଙ୍କୁ ଜାରି ହେବ ନୂଆ ପାନ କାର୍ଡ । ତେବେ ଯେଉଁମାନଙ୍କ ପାଖରେ କାର୍ଡ ଅଛି ତାଙ୍କୁ ଆଉ ଆପ୍ଲାଇ କହିବାକୁ ପଡିବ ନାହିଁ । ବିଭାଗ ତରଫରୁ କାର୍ଡଧାରକଙ୍କ ପାଖକୁ ଆସିବ କାର୍ଡ ।
ଯଦି କାହା ନିକଟକୁ ନୂଆ କାର୍ଡ ଯାଇ ପହଞ୍ଚୁଛି ତେବେ ତାଙ୍କୁ ପୁରୁଣା କାର୍ଡ ସରେଣ୍ଡର କରିବାକୁ ହେବ । ଯଦି କୌଣସି ଲୋକ ନିକଟରେ ଆଗରୁ ପାନ କାର୍ଡ ଅଛି ଓ ସେ ଆଉ ଏକ କାର୍ଡ ପାଇଁ ଆବେଦନ କରି ନୂଆ କାର୍ଡ ପାଇଛନ୍ତି ,ତେବେ ସେ ସେ ଅସୁବିଧାରେ ପଡି ପାରନ୍ତି । ଇନକମ ଟ୍ୟାକ୍ସ ନିୟମ ମୁତାବକ କୌଣସି ନାଗରିକଙ୍କ ପାଖରେ କେବଳ ଗୋଟିଏ କାର୍ଡ ରହିବା ଜରୁରୀ । ଯଦି ଦୁଇଟି କାର୍ଡ ରହୁଛି, ତେବେ ଗୋଟିଏକୁ ତୁରନ୍ତ ୱିଥଡ୍ର କରିବା ଦରକାର ।
ବ୍ୟକ୍ତି ଦୁଇଟି କାର୍ଡ ପାଇ ମଧ୍ୟ ଚୁପ ବସିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଆଇଟି ନିୟମ ମୁତାବକ, ଦଣ୍ଡବିଧାନ ହେବ । ଆୟକର ଅଧିନିୟମ ଧାରା ୨୭୨ ବି ଅନ୍ତର୍ଗତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ହେବ । ଦୁଇଟି କାର୍ଡ ରଖିବା ଅଭିଯୋଗରେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।