fbpx

ପଞ୍ଚାୟତ ନିର୍ବାଚନର ସରିଲା ନାମାଙ୍କନ, ଜାଣନ୍ତୁ କେଉଁ ଆସନ ପାଇଁ କେତେ ପ୍ରାର୍ଥୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀ ନାମାଙ୍କନ  । ସୂଚନା ମୁତାବକ, ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୯୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ପାଇଁ ମୋଟ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହା ସହ ସରପଞ୍ଚ ପଦବୀ ପାଇଁ ମୋଟ ୩୪ ହଜାର ୬୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସରିଲା, ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଉପରେ ସମସ୍ତଙ୍କ ନଜର । ଅବଧି ସରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

 

ତେବେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଥିବା ବେଳେ ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ଫେବ୍ରୁଆରୀ ୨୦, ୨୨ ଓ ୨୪ ରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୫,୨୭ ଓ ୨୮ରେ ଭୋଟ ଗଣତି ହେବ ।  ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ । ଏହ ସହିତ କୋଭିଡ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଛି । ପ୍ରଚାର ସଭା, ପଦଯାତ୍ରା, ବାଇକ ଓ ସାଇକେଲ ଶୋଭାଯାତ୍ରା ମନା ହୋଇଛି । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟାଫର୍ମରେ ପଚାର କରିବେ ପ୍ରାର୍ଥୀ ।

Get real time updates directly on you device, subscribe now.