ଭୁବନେଶ୍ୱର: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ହେବ ପାଳନ । ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତି ଦୂର କରିବାକୁ ପ୍ରୟାଳସ କରାଯାଇଥିବା କୁହାଯାଇଛି ।
ଅଲଗା ଅଲଗା ପାଳନ ହେବ ନାହିଁ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ ।
ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ପଞ୍ଚାୟତିରାଜ ଦିବସ ଧୁମଧାମରେ ପାଳିବାକୁ ସରକାରଙ୍କ ନିର୍ଦ୍ଦେଶ ।
ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ।
୨୦୨୦ରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ।