fbpx
BJD SKY
BJD SKY

ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କଲେ ଋଷଭ ପନ୍ତ

BJD

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଏକ ରେକର୍ଡ ନିଜ ନାମରୋ କରିଛନ୍ତି । ପୂର୍ବତନ ଭାରତୀୟ ଓପନର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କରିଛନ୍ତି ପନ୍ତ । ଦିଳ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସର୍ବାଧିକ ୩୯ ରନର ଇନିଂସ ଖେଳିଥିବା ପନ୍ତ ସେହ୍ୱାଗଙ୍କୁ ଗାଦିଚ୍ୟୁତ କରି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ପନ୍ତ ଦିଲ୍ଳୀ ପକ୍ଷରୁ ୭୯ଟି ମ୍ୟାଚ ଖେଳିଥିବା ବେଳେ ୩୬.୧୩ ଆଭରେଜ ସହିତ ୨୩୮୫ ରନ ସଂଗ୍ରହ କରିଛନ୍ତି ।
ଅନ୍ୟ ପକ୍ଷରେ ସେହ୍ୱାଗ ୮୬ ମ୍ୟାଚରୁ ୨୩୮୨ ରନ ସଂଗ୍ରହ କରିଥିଲେ । ସେହ୍ୱାଗଙ୍କ ଆଗରେଜ ୨୯.୭୭ ରହିଛି । ପନ୍ତଙ୍କ ୭୯ ମ୍ୟାଚରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସେହ୍ୱାଗ ଗୋଟିଏ ଶତକ ଏବଂ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ପଛରେ ରହିଛନ୍ତି ପୂର୍ବତନ ଅଧିନାୟକ ଶ୍ରେୟସ ଆୟର । ଆୟର ୮୨ଟି ମ୍ୟାଚରୁ ୧୬ଟି ଅର୍ଦ୍ଧଶତକ ସହିତ ୨୨୯୧ ରନ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.