fbpx

ଟ୍ରେନରେ ପୋଷା ଜୀବଜନ୍ତୁଙ୍କୁ ନେବା ପାଇଁ ଚାହୁଁଛନ୍ତି କି? ତେବେ ରହିଛି ଏହି ସ୍ୱତନ୍ତ୍ର ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ରେଳବାଇ ସହିତ ଅନେକ ନିୟମ ରହିଛି । ଏସବୁ ବିଷୟରେ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ । ଯେପରି ଟ୍ରେନ୍ ରେ ପୋଷା ଜୀବଜନ୍ତୁଙ୍କୁ ନେଇ ଯାଇ ହେବ କି ନାହିଁ? ଅନେକ ଥର ଏପରି ହୁଏ ଯେ, ଆପଣ ଲମ୍ବା ସମୟ ପାଇଁ ଯଦି କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି ତାହେଲେ ପୋଷା ଜୀବଜନ୍ତୁ ମାନଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ପଡ଼ିଥାଏ । ଯଦି ଆପଣ କାର୍ ରେ ଯାତ୍ରା କରୁଛନ୍ତି ତେବେ ଠିକ୍ ଅଛି କିନ୍ତୁ ଯଦି ଆପଣ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ତେବେ ପୋଷା ଜୀବମାନଙ୍କୁ ସାଙ୍ଗରେ ନିଆଯାଇପାରିବ କି ନାହିଁ ? ଏପରି ସ୍ଥଳେ କଣ କରିବେ କଣ ଆପଣ ଜାଣନ୍ତି କି? ତେବେ ଏହାର ଉତ୍ତର ହେଉଛି ହଁ ଆପଣ ନେଇ ଯାଇପାରିବେ କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ନିୟମ ରହିଛି । ଯାହାକୁ ଆପଣ ମାନେ ପାଳନ କରିବା ଆବଶ୍ୟକ ।

ଟ୍ରେନ୍ ରେ ପୋଷା କୁକୁର କିମ୍ବା ବିଲେଇକୁ ନେବା ପାଇଁ ଲଗେଜ୍ ପରି ଅନ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଯଦି ଆପଣ ପୋଷା ଜୀବଜନ୍ତୁଙ୍କୁ ସାଙଗରେ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏସି ଫର୍ଷ୍ଟ କ୍ଲାସ୍ ଟିକେଟ୍ ବୁକ୍ କରିବାକୁ ହେବ । ଏହା ଜରୁରୀ । ପୋଷା ଜୀବଙ୍କ ପାଇଁ ବି ଟିକେଟ୍ କାଟିବାକୁ ହେବ । ତେବେ ଯାଇ ସାଙ୍ଗରେ ନେଇପାରିବେ । ଆଉ ଯଦି ଆପଣ ମାନେ ଏପରି କରିବେ ନାହିଁ ତେବେ ଜୋରିମାନା ଲଗାଯାଇପାରେ ।

ଯଦି ଆପଣ ପୋଷା ଜୀବଙ୍କଚୁ ନେଉଛନ୍ତି ତେବେ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ ଯେ, ସେମାନେ ଯେପରି ଅନ୍ୟ ଯାତ୍ରୀ ମାନଙ୍କର କୌରସି କ୍ଷତି ନ କରନ୍ତି । ଏପରି ସ୍ଥଳରେ ଯଦି ପୋଷା କୁକୁର କିମ୍ବା ବିଲେଇ ଛୋଟ ରହିଥାନ୍ତି ତେବେ ଆପଣ ସେମାନଙ୍କୁ ବକ୍ସରେ ରଖି ନେଇ ଯାଇପାରିବେ ।

ଗୃହପାଳିତ ପଶୁ ପରିବହନ ପାଇଁ ରେଳବାଇର ଅନ୍ୟ ଏକ ନିୟମ ହେଉଛି ଯାତ୍ରୀମାନେ ସେମାନଙ୍କୁ ଲଗେଜ୍ / ବ୍ରେକ୍ ଭ୍ୟାନ୍ ରେ ବୁକ୍ କରିପାରିବେ । ଏଥିପାଇଁ ଯାତ୍ରୀମାନଙ୍କୁ ଏକ ନାମମାତ୍ର ଦେୟ ଦେବାକୁ ପଡିବ । ଯଦି ଆପଣ ଏହା କରନ୍ତି ତେବେ ଏସି ପ୍ରଥମ ଶ୍ରେଣୀରେ ଆପଣଙ୍କର ଟିକେଟ୍ ନେବା ଜରୁରୀ ନୁହେଁ । ଆପଣ ଯେକୌଣସି କୋଚରେ ଏକାକୀ ଯାତ୍ରା କରିପାରିବେ ।

Get real time updates directly on you device, subscribe now.