fbpx

ସୀମା ବିବାଦ ମଧ୍ୟରେ ପୁଣି ଥରେ ଅନୁପ୍ରବେଶ କଲା ଚୀନ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାମ ନେଉନଥିବା ବେଳେ ପୁଣି ଥରେ ଅନୁପ୍ରବେଶ କରିଛି ଚୀନ୍ । ଚୀନର ପିପୁଲ୍ସ ଲିବରେସନ ଆର୍ମିର ୧୦୦ରୁ ଅଧିକ ଯବାନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନେଥଇ ଖବର ପ୍ରକାଶ ପାଇଛି । ପିଏଲଏ ଯବାନ ମାନେ ଘୋଡା ଉପରେ ବସି ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ତେବେ ଆଇଟିବିପିର ଯବାନ ଆସିବା ପରେ ପିଏଲଏ ଯବାନ ପଳାୟନ କରିଥିଲେ । ଏହି ଘଟଣା ଅଗଷ୍ଟ ୩୦ ତାରିଖରେ ଘଟିଥିବା କୁହାଯାଇଛି । ଉତ୍ତରାଖଣ୍ଡର ବାରାହୋତୀରେ ଅନୁପ୍ରବେଶ ପାଇଁ ଚୀନ ପକ୍ଷରୁ ଉଦ୍ୟମ କରାଯାଇଥିଲା ।
ଚୀନ ଅନୁପ୍ରବେଶ ନେଇ ଖବର ପ୍ରକାଶ ପାଇଥିଲେ ହେଁ ଏହାକୁ ଅସ୍ୱୀକାର କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ୮ଟି ସ୍ଥାନରେ ଚୀନ ସେନା ପକ୍ଷରୁ ଅନୁପ୍ରବେଶର ଉଦ୍ୟମ କରାଯାଇଥିଲା । ପୂର୍ବ ଲଦାଖରେ ଉଭୟ ଦେଶ ୫୦ ହଜାର ଲେଖାଏଁ ସେନା ମୁତୟନ କରାଯାଇଛି । ଲଦାଖର ଗଲୱାନ ଘାଟିରେ ଉଭୟ ରାଷ୍ଟ୍ରର ସେନା ମଧ୍ୟରେ ଘଟିଥିବା ସଂଘର୍ଷ ପରେ ୧୨ରୁ ଅଧିକ ଥର ମିଲିଟାରୀ ସ୍ତରୀୟ ଆଲୋଚନା ହୋଇ ସାରିଛି ।

Get real time updates directly on you device, subscribe now.