fbpx

ତୃତୀୟ ଟେଷ୍ଟ: ପନ୍ତଙ୍କ ଲଢ଼ୁଆ ଶତକ, ଦକ୍ଷିଣ ଆଫ୍ରିକାକୁ ୨୧୨ ରନ ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ଶତକ ହାସଲ କରିଛନ୍ତି ରିଷଭ ପନ୍ତ। ଭାରତୀୟ ଦଳ ସଂକଟ ସ୍ଥିତିରେ ରହିଥିବା ବେଳେ ଚମତ୍କାର ବ୍ୟାଟିଂ କରିବା ସହିତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ। ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଭାରତ ୧୯୮ ରନରେ ଅଲ୍ ଆଉଟ୍ ହୋଇଥିଲା। ପନ୍ତଙ୍କ ବ୍ୟତୀତ ଅଧିନାୟକ କୋହଲି ୨୯ ରନ କରିଥିଲେ।

ପୂର୍ବ ଦିନର ଅବିଭାଜିତ ସ୍କୋର ସହ ବିଶେଷ କିଛି ରନ ଯୋଡିବା ପୂର୍ବରୁ ପୂଜାରା ଓ ରାହାଣେ ସହଜରେ ଆଉଟ୍ ହୋଇଥିଲେ। ୫୮ ରନ ରେ ୪ ୱିକେଟ ହରାଇ ଥିଲେ ହେଁ ପନ୍ତ ଚିରାଚରିତ ଭାବେ ଆକ୍ରମଣ କରିଥିଲେ। ୧୪୦ ବଲ ଖେଳି ପନ୍ତ ୧୦୦ ରନ କରିଥିଲେ। ପନ୍ତଙ୍କ ଇଁନିସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ମର୍କୋ ଜାନ୍ସେନ୍ ୪ଟି ୱିକେଟ ନେଇଥିବା ବେଳେ ରବାଡା ଓ ଏଙ୍ଗିଡି ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ୨୧୧ ରନର ଅଗ୍ରଣୀ ହାସଲ କରିଥିବାବେଳେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ ମିଳିଛି।

Get real time updates directly on you device, subscribe now.