fbpx

ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

ପଶ୍ଚିମବଙ୍ଗର ଦୋମୋହାଣି ନିକଟରେବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ବିକାନେର ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ତିନି ଜଣକର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

ସୂଚନାଅନୁଯାୟୀ, ବିକାନୋର ଗୌହାଟି ଟ୍ରେନ୍ ମେନାଗୁଡ଼ୀ ପାର କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛଇ । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ରେଲୱେ ପୋଲିସ, ପ୍ରଶାସନ ସହ ଜିଲ୍ଲା ଅଧିକାରୀ ପହଞ୍ଚିଥିଲେ । ଜଳପାଇଗୁଡ଼ୀ ଜିଲ୍ଳା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ୩ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବଗିରୁ ବାହାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିକରାଯାଉଥିବାନେଇ କହିଛନ୍ତି ।

ସେପଟେ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସୂଚନା ପାଇଁ ପ୍ରସାଶନ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ୦୩୬୧୨୭୩୧୬୨୨ ଏବଂ ୦୩୬୧୨୭୩୧୬୨୩ ରେଲୱେର ଏହି ଦୁଇ ହେଲପଲାଇନ ନମ୍ବରରେ ଫୋନକରି ସୂଚନା ପାଇପାରିବେ ।
ଭାରତୀୟ ରେଳବାଇ ଅନୁଯାୟୀ ୧୨ ଟି ବଗି ଲାଇନଚ୍ୟୁତ ହୋଇଛି । ଗୌହାଟୀ-ବିକାନେର ଏକ୍ସପ୍ରେସ ୧୫୬୩୩ ର ଲାଇନଚ୍ୟୁତ ହେବାକୁ ନେଇ ଉଚ୍ଚସ୍ତରୀୟ ରେଲୱେ ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.