fbpx

Para Olympics-24; ମନୀଷା ରାମଦାସ-ତୁଳସୀମତି ସେମି ଫାଇନାଲ: ଭାରତକୁ ମିଳିବ ଆଉ ଏକ ପଦକ

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ଖେଳାଳି ମନୀଷା ରାମଦାସ ପାରା ଅଲିମ୍ପିକ୍ସର ସେମି ଫାଇନାଲରେ ଏଣ୍ଟ୍ରି କରି ସାରିଛନ୍ତି । ଏହି ମ୍ୟାଚରେ ଦେଶର ଅନ୍ୟତମ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ତୁଳସୀମତି ମୁରୁଗେସନଙ୍କୁ ଭେଟିବେ ମନୀଷା । ସେମି ଫାଇନାଲ ମ୍ୟାଚରେ ଉଭୟ ଖେଳାଳି ଭାରତର ହୋଇଥିବାରୁ ବର୍ତ୍ତମାନ ଦେଶକୁ ଆଉ ଏକ ପଦକ ଆସିବା ସୁନିଶ୍ଚିତ ହୋଇସାରିଛି । କ୍ୱାର୍ଟର ଫାଇନାଲରେ ଜାପାନରୁ ମାମିକୋ ଟୋୟୋଡାଙ୍କୁ ୨୧-୧୩,୨୧-୧୬ରେ ଚକମା ଦେଇ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ମନୀଷା ରାମଦାସ ।

କ୍ୱାର୍ଟର ଫାଇନାଲରେ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ର ୩୦ ମିନିଟରେ ବାହାର କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଦମଦାର ପ୍ରଦର୍ଶନ ସହିତ ଜାପାନକୁ ଚକମା ଦେଇ ସେମି ଫାଇନାଲରେ ଏଣ୍ଟ୍ରି କରିଛନ୍ତି ମନୀଷା । ସେହିପରି ତୁଳସୀମତି ମଧ୍ୟ ପର୍ତ୍ତୁଗାଲର ବିଟ୍ରିଜ ମୋଣ୍ଟେଇରୋଙ୍କୁ ପରାସ୍ତ କରିଛନ୍ତି । SL4 ବର୍ଗରେ ପୁରୁଷ ସିଙ୍ଗଲ ସେମି ଫାଇନାଲରେ ୨ ଭାରତୀୟ ଖେଳାଳି ସୁହାସ ଯତିରାଜ ଏବଂ ସୁକାନ୍ତ କଦମ୍ ମୁହାଁମୁହିଁ ହେବେ । ତେବେ ଏହାପୂର୍ବରୁ ମନଦୀପ କୌର ପଲକ କୋହଲି କ୍ୱାଟର ଫାଇନାଲରେ ପରାସ୍ତ ହୋଇଛନ୍ତି । SL3 ବର୍ଗରେ ଖେଳି ମନଦୀପ ନାଇଜେରିଆର ମରିୟମ୍ ଏନିୟୋଲାଙ୍କ ବିପକ୍ଷରେ ପରାସ୍ତ ହୋଇଥିଲେ । ନିରାଶ ପ୍ରଦର୍ଶନ ସହ ୨୩ ମିନିଟରେ ୮-୨୧, ୯-୨୧ରେ ପରାସ୍ତ ହୋଇଛନ୍ତି ମନଦୀପ ।

SL4 ବର୍ଗରେ ପାରା ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ପଲକ ୨୮ ମିନିଟରେ ଇଣ୍ଡୋନେସିଆର ଖାଲିମାଟସ୍ ସାଦିଆଙ୍କୁ ୧୯-୨୧, ୧୫-୨୧ ରେ ହରାଇଛନ୍ତି । ଏହାପରେ SL6 ବର୍ଗର କ୍ୱାର୍ଟର ଫାଇନାଲରେ ନିତିଆ ସିୱାନ୍ ସୁମତି ପୋଲାଣ୍ଡର ଅଲିଭିଆ ସଜମିଗେଲଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ । ଏସଏଲ୩ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ନୀତିଶ କୁମାର ଏବଂ ଜାପାନର ଡେସୁକେ ଫୁଜିହାରାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

Get real time updates directly on you device, subscribe now.