fbpx

ଘରେ ଗୃହପାଳିତ ପଶୁ ରଖିଲେ ପିଲାଙ୍କୁ ମିଳେ ଅନେକ ଫାଇଦା; ମାନସିକ ସ୍ତରରେ ମଜବୁତ ହୁଅନ୍ତି ପିଲା

Advertisement

ଓଡ଼ିଶା ଭାସ୍କର: ଯଦି ଆପଣ ଘରେ ଗୃହପାଳିତ ପଶୁଙ୍କୁ ରଖନ୍ତି ତେବେ ଆପଣଙ୍କ ପିଲାଙ୍କୁ ଏଥିରୁ ଅନେକ ଫାଇଦା ମିଳିଥାଏ। ଯେହେତୁ ପିଲାମାନେ ଖୁସି ଓ ସୁସ୍ଥ ଥାଆନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଇବା ସେମାନଙ୍କୁ ଦାୟିତ୍ୱ ଶିଖିବାରେ ସାହାଯ୍ୟ କରେ ଏବଂ ସେମାନଙ୍କର ଚାପକୁ ବି ହ୍ରାସ କରିଥାଏ। ଏଥିସହିତ ପଶୁମାନଙ୍କର ଯତ୍ନ ନେବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ସହାନୁଭୂତି ଓ କରୁଣାର ଭାବନା ମଧ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଗୃହପାଳିତ ପଶୁ ମାନେ କିପରି ପିଲାଙ୍କୁ ମାନସିକ ସ୍ତରରେ ମଜବୁତ କରିଥାନ୍ତି।

  • ଗୃହପାଳିତ ପଶୁଙ୍କ ଯତ୍ନ ନେବା ପିଲାଙ୍କୁ ଦାୟିତ୍ୱ ଶିଖାଇଥାଏ। ଏହା ସେମାନଙ୍କୁ ଜଣେ ସମ୍ବେଦନଶୀଳ ଏବଂ ବନ୍ଧୁତ୍ୱ ଭାବନା ମଧ୍ୟ ଦେଇଥାଏ। ସେମାନଙ୍କ ଯତ୍ନ ନେବା, ଯେପରିକି ତାଙ୍କୁ ଠିକ୍ ସମୟରେ ଖାଇବାକୁ ଦେବା, ସଫା କରିବା ଏବଂ ସେମାନଙ୍କ ଆବଶ୍ୟକତା ପୂରଣ କରିବା କେତେ ଜରୁରୀ ତାହା ସେମାନେ ଶିଖନ୍ତି। ଏହା ଦ୍ୱାରା ପିଲାମାନେ ଦାୟିତ୍ୱବାନ୍ ହୋଇଥାନ୍ତି।
  • ଗୃହପାଳିତ ପଶୁମାନେ ପିଲାମାନଙ୍କର ଭଲ ସାଥୀ ହୋଇଯାଆନ୍ତି। ପିଲାମାନେ ସେମାନଙ୍କ ସାଙ୍ଗମାନଙ୍କ ଭଳି ସେମାନଙ୍କ ସହ କଥା ବାର୍ତ୍ତା କରିଥାନ୍ତି। ଗୃହପାଳିତ ପଶୁଙ୍କ ସହ ନିଜର ସୁଖ ଦୁଃଖ ବାଣ୍ଟନ୍ତି। ଏହା ଦ୍ୱାରା ପିଲାମାନେ ଅନୁଭବ କରନ୍ତି ଯେ, କେହି ସେମାନଙ୍କ କଥା ଶୁଣୁଛନ୍ତି। ଗୃହପାଳିତ ପଶୁଙ୍କ ସହ ରହିବା ଦ୍ୱାରା ପିଲାମାନେ ପ୍ରେମ ଓ ବନ୍ଧୁତା ଶିଖନ୍ତି। ଏହା ସେମାନଙ୍କ ହୃଦୟକୁ ଶକ୍ତିଶାଳୀ କରିଥାଏ।
  • ଗୃହପାଳିତ ପଶୁଙ୍କ ସହ ଖେଳିବା ପିଲାମାନଙ୍କ ପାଇଁ ବହୁତ ଭଲ। ଏହା ଦ୍ୱାରା ପିଲାମାନେ ଖୁସି ରହିବା ସହ ସେମାନଙ୍କ ଚିନ୍ତା ମଧ୍ୟ କମ୍ ହୋଇଥାଏ। ଯେତେବେଳେ ପିଲାମାନେ ନିଜ ଗୃହପାଳିତ ପଶୁଙ୍କୁ ଆଲିଙ୍ଗନ କରନ୍ତି କିମ୍ବା ଯତ୍ନ ନିଅନ୍ତି, ସେମାନେ ଶାନ୍ତ ଅନୁଭବ କରନ୍ତି। ଗୃହପାଳିତ ପଶୁଙ୍କ ସହ ସମୟ ବିତାଇବା ଦ୍ୱାରା ପିଲାଙ୍କ ମନ ହାଲୁକା ହୋଇଥାଏ। ଏହା ସେମାନଙ୍କ ମନକୁ ସୁସ୍ଥ ରଖିଥାଏ ଏବଂ ସେମାନେ ଅଧିକ ଖୁସି ରହିଥାନ୍ତି।

Get real time updates directly on you device, subscribe now.