ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରେମ କଣ ମଣିଷକୁ ସତରେ ଅନ୍ଧ କରିଦିଏ? ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରେ। ତେବେ ଯେଉଁ ବାପା-ମା’ ନିଜ ପେଟରୁ କାଟି ଝିଅକୁ ଖାଇବାକୁ ଦେଲେ, ପାଠ ପଢ଼ାଇଲେ ଆଉ ବଡ଼ ହେବାର ଯତ୍ନରେ ନିଜକୁ ତଳିତଳାନ୍ତ କଲେ ସେମାନଙ୍କୁ ରାସ୍ତାରେ କନ୍ଦାଇ ଝିଅ ନିଜ ପ୍ରେମିକ ସହ ଚମ୍ପଟ ମାରିବାକୁ କଣ କୁହାଯିବ ବିଚାର କରନ୍ତୁ।
ହଁ ଏ କୌଣସି ଫିଲ୍ମର ଦୃଶ୍ୟ ନୁହେଁ। ଝିଅକୁ ଅଟକାଇବା ସହ ବୁଝାଇ ବୁଝାଇ ମା’ ବୁକୁ ଫଟାଇ କାନ୍ଦୁଥିଲା ରାସ୍ତାରେ। ତଳେ ଗଡ଼ି ବିକଳରେ ରଡ଼ି ଛାଡୁଥିଲା। ଝିଅ ଏସବୁ ଦେଖୁଥିଲା କିନ୍ତୁ ପଥର ଭଳି ହୋଇ ଜଣେ ଯୁବକ ସହ ସେଠାରୁ ଚାଲିଗଲା। ମଧ୍ୟ ପ୍ରଦେଶର ଟିକମଗଡ଼ ଜିଲ୍ଲା ଅନ୍ତର୍ଗତ ଟୋରିଆ ଗାଁର ଏଭଳି ଘଟଣା ସବୁଆଡ଼େ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଗାଁର ୨୨ ବର୍ଷୀୟା ଜଣେ ଯୁବତୀ ବିଇଡିର ଛାତ୍ରୀ। ପ୍ରେମ ପ୍ରସଙ୍ଗକୁ ନେଇ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ। ହେଲେ ହୋସ୍ ଆସିବା ପରେ ଝିଅ ନିଜ ପ୍ରେମିକକୁ କଲ୍ କରି ଡକାଇଥିଲା। ଖାଲି ସେତିକି ନୁହେଁ ସେଠାରୁ ହିଁ ପ୍ରେମିକ ସହ ଚମ୍ପଟ ମାରିଥିଲା। ଏପଟେ ଝିଅ ଚାଲିଯାଉଥିବା ଦେଖି ମା’ କାନ୍ଦି କାନ୍ଦି ବେହୋସ୍ ହୋଇପଡ଼ିଲେ। ବିଚରା ବାପା ଜଣଙ୍କ ଝିଅକୁ ତ ବୁଝାଇ ବିଫଳ ହେଲେ କିନ୍ତୁ ନିଜ ସ୍ତ୍ରୀଙ୍କୁ ଆଶ୍ଵାସନା ଦେଉଥିଲେ।
ଏଭଳି ଦୃଶ୍ୟ ଯିଏ ଦେଖୁଥିଲା ଆହା ବୋଲି ପାଟିରୁ ବାହାରି ପଡୁଥିଲା। ସମସ୍ତେ କହୁଥିଲେ ମା’-ବାପଙ୍କୁ କନ୍ଦାଇ ସତରେ ସେ ଝିଅ କଣ କଲା…