fbpx

ଗଭୀର ନିଦରେ ଶୋଇଥିଲେ ବାପା-ମାଆ, ଛଅ ମାସର ଶିଶୁକୁ ଜୀବନ୍ତ ଖାଇଦେଲେ ମୂଷା

 

ଓଡ଼ିଶା ଭାସ୍କର: ଇଣ୍ଡିଆନାରୁ ସାମ୍ନାକୁ ଆସିଲା ଏକ ହୃଦୟବିଦାରକ ଘଟଣା। ଏକ ୬ମାସର ଶିଶୁକୁ ଜୀବନ୍ତ ଖାଇଦେଇଛନ୍ତି ମୂଷା ପଲ। ସୂଚନା ଅନୁସାରେ ପିଲାଟି ଶୋଇଥିବା ସମୟରେ ମୂଷାମାନେ ଆକ୍ରମଣ କରିଥିଲେ। ପରଦିନ ସକାଳେ ଶିଶୁଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ବାପା-ମାଆ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଏହି ଘଟଣାଟି ବୁଧବାର ଦିନ ଘଟିଥିଲା। ପିଲାଟିର ପିତାମାତା ଡେଭିଡ୍ ଏବଂ ଆଞ୍ଜେଲ୍ ସୋନବମ୍ ଯେତେବେଳେ ନିଜ ପୁଅକୁ ଦେଖିବାକୁ ଯାଇଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଦେଖିଲେ ଯେ ତାଙ୍କ ଶିଶୁର ଶରୀରରୁ ରକ୍ତସ୍ରାବ ହେଉଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ବାପା-ମା’ଙ୍କୁ ଅଟକ ରଖିଛି। ପିତାମାତା ଶିଶୁର ଉପଯୁକ୍ତ ଯତ୍ନ ନ ନେବା ସହ ତାଙ୍କୁ ଅବହେଳା କରୁଥିବା ଅଭିଯୋଗ ମଧ୍ୟ ହୋଇଛି।

ରିପୋର୍ଟ ଅନୁଯାୟୀ, ଶିଶୁର ଗାଲ, ନାକ, କପାଳ, ପାଦ, ହାତ, ଜଙ୍ଘ, ହାତ ଓ ଆଙ୍ଗୁଠିରେ ମୂଷା କାମୁଡ଼ାର ଅନେକ ଚିହ୍ନ ରହିଛି, ଯେଉଁଥିରୁ ଅଧିକାଂଶରୁ ରକ୍ତ ସ୍ରାବ ହେଉଛି। ଶିଶୁର ସିଧା ହାତକୁ ମୂଷା ମାନେ କହୁଣୀ ପର୍ଯ୍ୟନ୍ତ କାମୁଡ଼ି ଦେଇଥିବା ପୁଲିସ କହିଛି। ତାଙ୍କ ଆଙ୍ଗୁଠିର କିଛି ଅଂଶ ମଧ୍ୟ ଗୁରୁତର ଭାବେ ଆହତ ହୋଇଛି। ଏପରିକି ହାଡ଼ ବାହାରକୁ ଆସିଥିଲା। ଏହି ଘଟଣା ପରେ ଶିଶୁଟିକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଲା ଶୋଇବା ବେଳେ ବାପା-ମାଆ ପିଲା ପ୍ରତି ଧ୍ୟାନ ଦେବା ଏକାନ୍ତ ଜରୁରୀ ।

 

Get real time updates directly on you device, subscribe now.