fbpx

ପୁରସ୍କାର ବାବଦକୁ ବିଶ୍ୱ କପ୍ ବିଜେତା କ୍ରିକେଟ ଦଳଙ୍କୁ ମିଳିବ କେତେ ଟଙ୍କା? ଘୋଷଣା ହେଲା ପୁରସ୍କାର ରାଶି…

ଓଡିଶା ଭାସ୍କର; ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ବିଶ୍ୱ କପର ମହାଲଢେଇ । ଏହା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ତେବେ ବିଜେତା ଦଳକୁ ପୁରସ୍କାର ବାବଦରେ ଏଥର କେତେ ଟଙ୍କା ମିଳିବ ତାହା ଜାଣିବା ପାଇଁ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀ ମନରେ ଉତ୍ସାହ ରହିଛି ।

ICCର ଘୋଷଣା ଅନୁଯାୟୀ, ଚଳିତ ଥର ହେବାକୁ ଥିବା ବିଶ୍ୱକପ୍‌ ପାଇଁ ସମୁଦାୟ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୮୨.୯୩ କୋଟି ଟଙ୍କା ହେବ । ବିଶ୍ୱ କପ୍‌ର ଚାମ୍ପିୟନ ଦଳକୁ ୪ ମିଲିୟନ ଆମେରିକୀୟ ଡଲାର (୩୩.୧୮ କୋଟି ଟଙ୍କା) ଦିଆଯିବା ବେଳେ ରନର୍ସ ଅପ୍‌ ଦଳକୁ ୨ ମିଲିୟନ ଆମେରିକୀୟ ଡଲାର (୧୬.୫୯ କୋଟି ଟଙ୍କା) ଦିଆଯିବ । ତେବେ ଏଥର ନଭେମ୍ବର ୧୯ରେ ଭାରତର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ସୂଚନା ଦିଆଯାଇଛି।

ଏଠାରେ କହି ରଖୁଛୁ, ଗ୍ରୁପ୍ ପର୍ୟ୍ୟାୟରେ ସମସ୍ତ ୧୦ଟି ଦଳ ପରସ୍ପର ସହ ରାଉଣ୍ଡ-ରବିନ ଫର୍ମାଟରେ ଖେଳିବେ। ଏଥିରୁ ସେମିଫାଇନାଲରେ ଶ୍ରେଷ୍ଠ ୪ଟି ଦଳ ପହଞ୍ଚିବେ। ଗ୍ରୁପ୍ ପର୍ୟ୍ୟାୟ ଖେଳ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍‌ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦,୦୦୦ ଆମେରିକୀୟ ଡଲାର (୩୩.୧୭ ଲକ୍ଷ ଟଙ୍କା) ଦିଆଯିବ ବୋଲି କୁହାଯାଇଛି । ସେହିପରି ଗ୍ରୁପ୍ ପର୍ୟ୍ୟାୟ ଶେଷରେ ଯେଉଁ ଟିମ୍‌ ନକ୍ଆଉଟ୍‌ରେ ପହଞ୍ଚିବାରେ ବିଫଳ ହେବେ, ପ୍ରତ୍ୟେକଙ୍କୁ ୧୦୦,୦୦୦ ଡଲାର୍ (୮୨.୯୪ ଲକ୍ଷ) ଦିଆଯିବ । ଏହିପରି ଭାବେ ମ୍ୟାଚରେ ୬ଟି ଦଳ ରହିବେ।

 

Get real time updates directly on you device, subscribe now.