fbpx

କ୍ଷୀରରେ ଝିଅର ପାଦ ଧୋଇଦେଲେ ବାପା-ମା, ପରେ ପିଇଲେ ତାକୁ….

କୁହାଯାଏ ଝିଅ ଘରର ଲକ୍ଷ୍ମୀ… ଆହୁରି ପୁଣି ଯାହାର ଜନ୍ମ ହୋଇଥାନ୍ତି ସେ ବହୁତ ଭାଗ୍ୟଶାଳୀ । କାରଣ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି  ବୋଲି କୁହନ୍ତି । ତେବେ ବର୍ତ୍ତମାନ ଏଭଳି ଏଭ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଝିଅ ପ୍ରତି ଥିବା ଭଲପାଇବାକୁ ଦେଖାଇଛନ୍ତି ପରିବାର ଲୋକ । ଭିଡିଓକୁ ଆଇଏଏସ ସଞ୍ଚୟ କୁମାର ସେୟାର କରିଛନ୍ତି ।

ପ୍ରକୃତରେ ଏହି ଦମ୍ପତ୍ତି ଝିଅ ଶାଶୁଘରକୁ ଯିବା ପୂର୍ବରୁ ଝିଅର ପାଦ ଚିହ୍ନ ନେବା ସହ କ୍ଷୀରରେ ପାଦ ଧୋଇ ସେହି କ୍ଷୀରକୁ ପିଇଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବାପା ନିଜ ଝିଅର ପାଦ ଧୋଉଛନ୍ତି । ପ୍ରଥମେ ପାଣିରେ ଏବଂ ତା’ପରେ କ୍ଷୀରରେ ଧୋଉଛନ୍ତି ଏବଂ ଏହାପରେ ସେହି କ୍ଷୀରକୁ ଉଭୟ ଦମ୍ପତ୍ତି ପିଉଛନ୍ତି ।

ଏହାପରେ ମହିଳାଙ୍କ ବାପା ପାଦ ଚିହ୍ନ ପାଇଁ ଏକ ଲାଲ୍ ରଙ୍ଗ ଥିବା ପ୍ଲେଟରେ ଲଗାଇ ପାଦଚିହ୍ନ ନେଉଛନ୍ତି । ତେବେ ପରିବାର ଏହାକୁ ଶାଶୁଘରକୁ ଚାଲିଯିବାର ପୂର୍ବରୁ ସ୍ମୃତି ଭାବରେ ରଖିବାକୁ ଏମିତି କରିଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ହୃଦୟସ୍ପର୍ଶୀ କହିଥିବାବେଳେ ଅନେକ ଏହାକୁ ପସନ୍ଦ କରିନାହାଁନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.