fbpx

(Video) ମୋ ନାଁକୁ ଖରାପ ଭାବେ ୟୁଜ୍ କରିବାର ହକ୍ ଆପଣଙ୍କର କାହାର ନାହିଁ: ଦୀପିକା-ଦୀନେଶ ବିବାଦ ମଧ୍ୟରେ ସାମ୍ନାକୁ ଆସିଲେ ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୨ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଦୀପିକା ଖାଇବା, ପିଇବା ଭୁଲି ନିଜ ସନ୍ତାନର ପରିଚୟ ପାଇଁ ବର୍ଷା, କାକରରେ ପଡ଼ି ରହିଛନ୍ତି । କିଛିଦିନ ପୂର୍ବରୁ ଦୀନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ ହେଁ ସେ ଆଇନ ଅନୁଯାୟୀ ଚାଲୁଥିବା କହିଥିଲେ । ଏବେ ଦୀପିକା ଗଣମାଧ୍ୟମରେ ଦୀନେଶଙ୍କ ସହ ସମ୍ପର୍କର ଅନେକ ଗୁମର ଖୋଲିଛନ୍ତି ।

ତେବେ ଦୀପିକାଙ୍କ ବିବାଦ ଜାରି ରହିଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛନ୍ତି ତପସ୍ୱିନୀ ଦାଶ । ପୂର୍ବରୁ ତପସ୍ୱିନୀ ମଧ୍ୟ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଥିଲେ । ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ଭିଡିଓରେ ତପସ୍ୱିନୀ କହିଛନ୍ତି, ଦିନେଶ ଭାଇଙ୍କ ଓକିଲ ପାଢ଼ୀ ସାର ସିଧାସଳଖ ମୋତେ ଆକ୍ଷେପ କରିଛନ୍ତି । ତପସ୍ୱିନୀଠାରୁ ଶିକ୍ଷାଲାଭ କରି ଦୀପିକା ଧାରଣା ଦେଇଥିବା ସେ କହିଛନ୍ତି ।

ତପସ୍ୱିନୀ ଏପରି ଧାରଣା ଦେଇ ସାତ ମାସ ପୂର୍ବେ ବହୁତ ନିନ୍ଦିତ ହୋଇଥିଲେ । ଏଭଳି ଅନେକ କଥା ସେ ମୋତେ ଆକ୍ଷେପ କରି କହିଛନ୍ତି । ମୁଁ ପାଢ଼ୀ ସାରଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି ମୋତେ ଜଜ୍ କରିବା ପାଇଁ ଆପଣଙ୍କୁ ହକ୍ କିଏ ଦେଲା । ମୁଁ କୋର୍ଟଙ୍କ ଅର୍ଡର ନେଇ ଧାରଣାରେ ବସିଥିଲି ବୋଲି ଆପଣ କହିଛନ୍ତି । ଆପଣ ମୋ ନାମରେ ମିଛ କଥା କହି ଲୋକଙ୍କୁ ମିସଗାଇଡ୍ କରୁଛନ୍ତି । ସତ କଥା ହେଉଛି, ମୁଁ ଧାରଣାରେ ବସିବା ପରେ କୋର୍ଟଙ୍କ ଅର୍ଡର ମିଳିଲା । ତା’ପରେ ମୁଁ ପୋଲିସ ସହାୟତାରେ ଘରକୁ ଯାଇଥିଲି ।

ଦୟାକରି ଲୋକଙ୍କୁ କି କୋର୍ଟଙ୍କୁ ମିସଗାଇଡ୍ କରନ୍ତୁ ନାହିଁ । ଆପଣ ମୋର କି ମୋର ସ୍ୱାମୀଙ୍କର ଆଡଭୋକେଟ ନୁହନ୍ତି । ତେଣୁ ପ୍ଲିଜ ଆପଣ ଏଥିରୁ ନିବୃତ୍ତ ରୁହନ୍ତୁ । ମୁଁ କ’ଣ ଠିକ୍ କରିଛି, ମୁଁ କ’ଣ ଭୁଲ କରିଛି ଏକଥା କହିବାର ଅଧିକାର ଆପଣଙ୍କର ନାହିଁ । ମୁଁ ଯଦି କିଛି ଭୁଲ କରିଥାଏ, ତେବେ ମୋତେ ନିଶ୍ଚିତ ଭାବେ ଦଣ୍ଡ ମିଳିବ । ଆପଣଙ୍କର କ୍ଲାଏଣ୍ଟ ପାଇଁ ଆପଣ ମୋତେ ଦୋଷ ଦେଉଛନ୍ତି । ଯଦିେ କହି ମୋ ନାମକୁ ନେଇ ବ୍ୟାଡଲି ୟୁଜ୍ କରନ୍ତି ତେବେ ମୁଁ ଥାନା ଓ ଅଦାଲତକୁ ଯିବାକୁ ବାଧ୍ୟ ହେବି । ମୁଁ ଗାଈଗୋରୁ ନୁହେଁ ଯେ ମୋ ନାଁକୁ ଯେତେବେଳେ ଚାହିଁବେ ୟୁଜ୍ କରିଦେବେ ।

Get real time updates directly on you device, subscribe now.