fbpx

ଜବରଦସ୍ତ ଫର୍ମରେ ପୂଜାରା: ରୋୟଲ ଲଣ୍ଡନ କପ ସିଜନରେ କମାଲ କରୁଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏବେ ଦମଦାର ଫର୍ମରେ ରହିଛନ୍ତି । କିନ୍ତୁ ଏବେ ସେ ଟେଷ୍ଟ ବଦଳରେ ଦିନିକିଆ ମ୍ୟାଚରେ ଦେଖାଇଛନ୍ତି ନିଜର ଜଲୱା । ଇଂଲଣ୍ଡରେ ଖେଳାଯାଉଥିବା ରୋୟଲ ଲଣ୍ଡନ ଦିନିକିଆ କପରେ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିଛନ୍ତି ପୂଜାରା । ଯାହାପରେ ତାଙ୍କୁ ଭାରତର ଦିନିକିଆ ଦଳରେ ସ୍ଥାନ ଦେବା ପାଇଁ ମଧ୍ୟ ଦାବି ଉଠିଛି ।

Cheteshwar Pujara batting highlights: C Pujara century video in  Warwickshire vs Sussex Royal London Cup match - The SportsRush

ଆଜି ଏହି ଟୁର୍ଣ୍ଣାମେଣ୍ଟରେ ସକ୍ସେସ ତରପରୁ ଖେଳି ୯୦ ବଲରୁ ୧୩୨ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି ଚେତେଶ୍ୱର ପୂଜାରା । ମିଡିଲସେକ୍ସ ବିପକ୍ଷ ଏହି ମ୍ୟାଚରେ ୯୨ ରନ(୨୦ ଚୌକା ଏବଂ ୨ ଛକା) ରନ କରିଛନ୍ତି । କେବଳ ଏହି ମ୍ୟାଚ ନୁହେଁ, ଗତ କିଛିଟା ଇନିଂସରେ ପୂଜାରାଙ୍କ ବ୍ୟାଟ ଖୁବ ଗର୍ଜନ କରୁଥିବା ଦେଖାଯାଇଛି । ଶେଷ ୫ଟି ମ୍ୟାଚରୁ ୩ଟି ମ୍ୟାଚରେ ପୂଜାରା ଶତକ ଅର୍ଜନ କରିଛନ୍ତି । ଏଥିସହିତ ତାଙ୍କ ଲିଷ୍ଟ-ଏ କ୍ୟାରିୟରର ୫ ହଜାର ରନ ମଧ୍ୟ ସେ ପୂରଣ କରିଛନ୍ତି । ମାତ୍ର ୧୦୯ ଇନିଂସରେ ଏମିତି କାରନାମା କରି ଦେଖାଇଛନ୍ତି ପୂଜାରା ।

Cheteshwar Pujara's Performance On Foreign Soil, Back-to-back Centuries In Royal  London ODI Cup | CrickTale

ଏହାପୂର୍ବରୁ ସେ ସରେ ବିରୋଧରେ ୧୭୪ ଏବଂ ବାର୍ବିକଶାୟର ବିପକ୍ଷରେ ୧୦୭ ରନର ଧୂଆଁଧାର ପାଳି ଖେଳିଥିଲେ । ସେହିପରି ଲିଷ୍ଟ-ଏ କ୍ୟାରିୟରରେ ୧୪ ଶତକ ଏବଂ ୩୧ ଅର୍ଦ୍ଧଶତକ ସହ ସେ ମୋଟ ୫ ହଜାରରୁ ଅଧିକ ରନ ହାସଲ କରି ସାରିଛନ୍ତି । ତେବେ ପୂଜାରାଙ୍କର ଏହି ପ୍ରଦର୍ଶନ ପରେ ଫ୍ୟାନ୍ସମାନେ ତାଙ୍କୁ ଟିମ ଇଣ୍ଡିଆର ଦିନିକିଆ ଦଳରେ ମଧ୍ୟ ସାମିଲ କରିବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.