fbpx

ICICI Phone Banking Centre ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୨୦୦ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇସିଆଇସିଆଇ ଫୋନ୍ ବ୍ୟାଙ୍କିଂ ସେଣ୍ଟର ଉଦଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ୧୨ ଶହ ଲୋକଙ୍କୁ ନିଯୁକ୍ତି ମିଳିବ । ଏହି ନିଯୁକ୍ତିରେ ୬୦ ପ୍ରତିଶତ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ମୈତ୍ରୀ ବିହାରରେ ଏହି ବ୍ୟାଙ୍କିଂ ସେଣ୍ଟର ଉଦଘାଟନ କରାଯାଇଛି ।

ଏହି ବ୍ୟାଙ୍କିଂ ସେଣ୍ଟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଦ୍ୱାରା ପରିଚାଳିତ ହେବ । ସାରା ଦେଶରେ ଏହା ବ୍ୟାଙ୍କର ରିଟେଲ, ବିଜିନେସ ଓ କର୍ପୋରେଟ ଗ୍ରାହକଙ୍କୁ ସେବା ଯୋଗାଇବ । ବ୍ୟାଙ୍କିଂ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜି ଅଣାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହା ବ୍ୟାଙ୍କିଂ ସିଷ୍ଟମରେ ଦକ୍ଷତା ଆଣିବା ସହ ଗ୍ରାହକଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ । ବ୍ୟାଙ୍କର ଏହି ପଦକ୍ଷେପକୁ ରାଜ୍ୟବାସୀଙ୍କ ସମର୍ଥନ କରିବେ । ଏହି ସେଣ୍ଟରକୁ ଅଧିକ ବ୍ୟାପକ କରିବା ସହ ଅଧିକ ଚାକିରି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆଇସିଆଇସିଆଇ ବ୍ୟାଙ୍କକୁ କହିଛନ୍ତି । ଏହି ଉଦଘାଟନ ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.