fbpx

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ନାମ ଲେଖାକୁ ମିଳିଲା NMC ର ଅନୁମତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ପାଠ ପଢ଼ିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସିଖବର । କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ନାଁ ଲେଖାକୁ ମିଳିଲା ଅନୁମତି । ୨୦୨୨-୨୩ ବର୍ଷ ପାଇଁ ୧୦୦ ଟି ଏମବିବିଏସ ସିଟରେ ନାମଲେଖା ପାଇଁ ଅନୁମତି ପ୍ରଦାନ କଲା ଏନଏମସି । ତେବେ କଲେଜ ଏମଏସସିବିଡି ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ପରିଚାଳିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନିକଟରେ ସୁନ୍ଦରଗଡ଼ ସରକାରୀ କଲେଜରେ ମଧ୍ୟ ୧୦୦ ଏମବିବିଏସ ସିଟରେ ନାମଲେଖା ପାଇଁ ନାସନାଲ ମେଡିକାଲ କମିଶନ(ଏନଏମସି)ର ଅନୁମତି ମିଳିଥିଲା ।

ସୂଚନାଯୋଗ୍ୟ, ୨୦୨୫ ସୁଦ୍ଧା ରାଜ୍ୟରେ କେଉଁଝର, ସୁନ୍ଦରଗଡ଼, ଭବାନୀପାଟଣା, ଯାଜପୁର, ଫୁଲବାଣୀ ଏହି ୫ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ କେଉଁଝର ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମ ଲେଖା ପାଇଁ ଅନୁମତି ମିଳିଛି ।

Get real time updates directly on you device, subscribe now.