fbpx

ଭୁଲରେ ପାକିସ୍ତାନରେ ପଡିଲା ମିସାଇଲ: ଭାରତର ୩ ଜଣ ଏୟାରଫୋର୍ସ ଅଫିସର ସସପେଣ୍ଡ

ନୂଆଦିଲ୍ଲୀ: ଏୟାରଫୋର୍ସର ୩ ଜଣ ଅଫିସରଙ୍କୁ ସସପେଣ୍ଡ କରିଛି ଭାରତ । ବ୍ରହ୍ମୋସ ମିସାଇଲ ପାକିସ୍ତାନରେ ପଡିବା ପରେ ଏ ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଫୋର୍ସ । ଗତ ମାର୍ଚ୍ଚରେ ଫାୟାରିଂ କରାଯାଇଥିବା ମିସାଇଲ ବ୍ରହ୍ମୋସ ଭୁଲବଶତଃ ପାକିସ୍ତାନରେ ପଡିଥିଲା । ଯାହା ପରେ ଏମିତି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୯ ତାରିଖରେ ଭାରତୀୟ ସୁପରସୋନିକ ମିସାଇଲ ବ୍ରହ୍ମୋସ ଉତକ୍ଷେପଣ କରାଯାଇଥିଲା । ତେବେ ଏହା ସିଧା ଯାଇ ଲାହୋରର ପ୍ରାୟ୨୭୫ କି.ମି ଦୂର ପାକିସ୍ତାନ ଅଞ୍ଚଳରେ ପଡିଥିଲା । ଏହାପରେ ଏହି ଘଟଣା ଏକ ବଡ ବିବାଦକୁ ଡାକି ଆଣିଥିଲା । ତେବେ କୌଣସି ମୃତ୍ୟୁ ହୋଇ ନଥିବା ବେଳେ କେବଳ ଏକ କୋଲ୍ଡ ଷ୍ଟୋରେଜ ଉପରେ ଏହାର ପ୍ରଭାବ ପଡିଥିଲା । ତେଣୁ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲା ଭାରତ ।

ଏବେ ଏହି ଘଟଣାର ତଦନ୍ତ କରାଯିବାରୁ ଡିପାର୍ଟମେଣ୍ଟର ବଡ ବଡ ଅଫିସର ଏଥିରେ ସାମିଲ ଥିବା ଜାଣିବାକୁ ମିଳିଛି । ତେଣୁ ଏୟାରଫୋର୍ସର ୩ ଜଣ ଅଫିସରଙ୍କୁ ଏହି ଅଭିଯୋଗରେ ସସପେଣ୍ଡ କରାଯାଇଛି । ତେବେ ଭବିଷ୍ୟତରେ ଏପରି କୌଣସି ଭୁଲର ପୁନରାବୃତ୍ତି ନହେବା ପାଇଁ ଏମିତି ପଦକ୍ଷେପ ନେଇଛି ବାୟୁସେନା ।

Get real time updates directly on you device, subscribe now.