fbpx

କଲିକତା ପୋଲିସ ବିରୋଧରେ ହାଇକୋର୍ଟରେ ପହଞ୍ଚିଲେ ପରେଶ ରାୱଲ, ଜାଣନ୍ତୁ କଣ ରହିଛି କାରଣ

କୋଲକାତା: ବଙ୍ଗାଳି ମାନଙ୍କୁ ବାଂଲାଦେଶୀ ଡାକିବାକୁ ନେଇ ପରେଶ ରାୱାଲଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ଫାଇଲ୍ କରିଥିଲେ । କଲିକତା ହାଇକୋର୍ଟ ଜଷ୍ଟିସ ରାଜ ଶ୍ୱେଖର ମଂଥା ୨ ଫେବୃଆରୀକୁ ଏହି ଶୁଣାଣି କରିବେ । ଏହା ପୂର୍ବରୁ କଲିକତା ପୋଲିସ ରାୱଲଙ୍କୁ ଏକ ସମନ ପଠାଇଥିଲେ । କିନ୍ତୁ ସେ ପୋଲିସ ନିକଟରେ ହାଜର ହୋଇନଥିଲେ ।

ବିଜେପି ନେତା ତଥା ଅଭିନେତା ପରେଶ ରାୱଲ ବର୍ତ୍ତମାନ କଲିକତା ପୋଲିସ ବିରୋଧରେ ହାଇକୋର୍ଟରେ ଦାଖଲ କରିଛନ୍ତି । ସିପିଆଇ ନେତାଙ୍କ ଅଭିଯୋଗରେ କୋଲକାତା ଏହା ପୂର୍ବରୁ ପୋଲିସ ରାୱଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଥିଲା । ସେ ଏକ ନିର୍ବାଚନ ରାଲିରେ ବଙ୍ଗଳା ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇଥିଲେ, ଯାହାକୁ ନେଇ ଅଭିଯୋଗ ହୋଇଛି । ପୋଲିସ ସମନ ପଠାଇବା ପରେ ମଧ୍ୟ ସେ ପୋଲିସ ପାଖେ ହାଜର ହୋଇନଥିଲେ । ସେ ପୋଲିସ ନିକଟରେ ହାଜର ହେବା ପାଇଁ କିଛି ସମୟ ମାଗିଥିଲେ ।

ଗୁଜୁରାଟ ନିର୍ବାଚନ ଚୟନ ପୂର୍ବରୁ ୱଲସାଡ ଜିଲ୍ଲାରେ ଏକ ରାଲି ରେ ରାୱଲ କହିଥିଲେ, ଗ୍ୟାସ ସିଲିଣ୍ଡ ର ଦର ମହଙ୍ଗା ଅଛି କିନ୍ତୁ ତାର ଦର କମ ହୋଇଯିବ । ଲୋକ ରୋଜଗାର ମଧ୍ୟ ପାଇଯିବେ, ଯଦି ରୋହିଙ୍ଗ୍ୟା ପ୍ରବାସୀ ଏବଂ ବାଲାଂଦେଶୀମାନେ ଦିଲ୍ଲୀ ପରି ଆପଣଙ୍କ ଚାରିପାଖେ ରୁହନ୍ତି ତେବେ କଣ ହେବ? ଆପଣ ଗ୍ୟାସ୍ ସିଲିଣ୍ଡର କୁ କଣ କରିବେ? ବଙ୍ଗାଳି ମାନଙ୍କ ପାଇଁ ମାଛ ଭାଜିବେ? ଏହି ବିବୃତ୍ତିକୁ ନେଇ ଅଭିନେତା ପରେଶ ରାୱଲଙ୍କ ବିରୋଧରେ କୋଲକତା ପୋଲିସ ଆଇପିସିର ବିଭିନ୍ନ ଧାରାରେ ମାମଲା ପଞ୍ଜୀକୃତ କରିଛନ୍ତି ।

Get real time updates directly on you device, subscribe now.