ବିୟର ଭଳି ନିଜ ପରିସ୍ରା ପିଉଥିଲେ ପରେଶ ରାୱଲ, ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅଭିନେତା
ପରେଶ ରାୱଲ ପରିସ୍ରା ପିଇବା କଥା ନିଜେ ଖୁଲାସା କରି, ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି
ନୂଆଦିଲ୍ଲୀ: ପରେଶ ରାୱଲ ବଲିଉଡର ମୋଷ୍ଟ ଭର୍ସାଟାଇଲ ଅଭିନେତା। ସେ ଏପର୍ଯ୍ୟନ୍ତ ବିଭିନ୍ନ ଚରିତ୍ରରେ ଅଭିନୟ କରିସାରିଛନ୍ତି। ଭିଲେନ ଠାରୁ କମେଡି ଏବଂ ହିରୋ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଚିତାକର୍ଷଣ କରିଛନ୍ତି। ଏହାରି ମଧ୍ୟରେ ଅଭିନେତା ନିଜେ ଏକ ଇଣ୍ଟଭ୍ୟୁରେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି।
ସେ କହିଛନ୍ତି ଯେ, ଜଣେ ଅଭିନେତାଙ୍କ ବାପାଙ୍କ କଥା ମାନି ସେ ୧୫ ଦିନ ପର୍ଯ୍ୟନ୍ତ ନିଜର ୟୁରିନ ବିୟର ଭଳି ପିଇଛନ୍ତି। ସେ ଏହାର କାରଣ ମଧ୍ୟ କହିଛନ୍ତି।
ପରେଶ ରାୱଲ କାହିଁକି ପିଇଥିଲେ ନିଜ ପରିଶ୍ରା: ପରେଶ ରାୱଲ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ଘାତକର ସୁଟିଂ ସମୟରେ, ତାଙ୍କୁ ଆଘାତ ଲାଗିଥିଲା। ଏହାକୁ ଠିକ୍ କରିବା ଲାଗି ସେ ନିଜ ପରିସ୍ରାକୁ ପିଇଥିଲେ।
ସେ କହିଛନ୍ତି, “ଯେତେବେଳେ ମୁଁ ହସ୍ପିଟାଲରେ ଥିଲି ସେତେବେ ବୀରୂ ଦେବଗନ ମୋତେ ଭେଟିବାକୁ ଆସିଥିଲେ ଏବଂ ମୋର କଣ ହୋଇଛି ବୋଲି ପଚାରିଥିଲେ। ମୁଁ ତାଙ୍କୁ ମୋ ଗୋଡ଼ରେ ଆଘାତ ହୋଇଥିବା କଥା କହିଥିଲି।
ଏହାକୁ ଶୁଣି ସେ ମୋତେ କହିଥିଲେ ଯେ, ଆ ପାଇଁ ଚିନ୍ତା କର ନାହିଁ, କେବଳ ସକାଳୁ ଉଠି ସର୍ବପ୍ରଥମେ ନିଜ ପରିସ୍ରା ପିଅ। ସେ ମୋତେ ମଦ, ମଟନ ବା ତମ୍ବାକୁ ଖାଇବାକୁ କହିଲେନି। ସେ ମୋତେ ନିୟମିତ ଭୋଜନ ଏବଂ ସକାଳୁ ମୂତ୍ର ପିଇବାକୁ କହିଥିଲେ।”
ବିୟର ଭଳି ପିଇଥିଲେ ମଦ: ପରେଶ ରାୱଲ ଭାବିଥିଲେ ଯେ, ଯଦି ତାଙ୍କୁ ପରିସ୍ରା ପିଇବାକୁ ପଡେ, ତେବେ ସେ ଏମିତି ପିଇଦିଅନ୍ତିନି। ଅଭିନେତା କହିଛନ୍ତି, “ମୁଁ ଏହାକୁ ବିୟର ଭଳି ଢକ ଢକ କରି ପିଇବି। କାରଣ ଯଦି ମୋତେ ଏହାକୁ ପିଇବାକୁ ପଡେ ତେବେ ମୁଁ ଏହାକୁ ଭଲ ପ୍ରଣାଳୀରେ ପିଇବି। ମୁଁ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ପିଇଲି।
ଯେତେବେଳେ ମୋର ଏକ୍ସ-ରେ ରିପୋର୍ଟ ଆସିଲା, ଡାକ୍ତର ଦେଖି ଚମକି ପଡିଲେ। ଏହି ରିପୋର୍ଟ ଦେଖି ଡାକ୍ତର ପରେଶଙ୍କ କହିଥିଲେ ଯେ, ଆଘାତକୁ ଠିକ ହେବା ପାଇଁ ସାଧାରଣତଃ ୨ ରୁ ୨.୫ ମାସ ଲାଗିଥାଏ, ହେଲେ ଏହା ଦେଢ ମାସରେ ଠିକ୍ ହୋଇଗଲା।”