fbpx

ପରୀ ହତ୍ୟାକାଣ୍ଡ: ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀ’ର ମାଆଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ତେବେ ମାମଲାର ସିବିଆଇ ତଦନ୍ତ ଦାବିରେ ପରୀ’ ମା ସୁପ୍ରିମକୋର୍ଟ ଯାଇଥିଲେ । ପ୍ରଥମେ ରିଟ୍ ଓ ପରେ ଏସଏଲପି ଜରିଆରେ ଆବେଦନ କରିଥିଲେ ପରୀଙ୍କ ମାଆ ।

ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀର ଖଣ୍ଡବିଖଣ୍ଡିତ ଶରୀରାଂଶ ଉଦ୍ଧାର ହୋଇଥିଲା। ପରେ ଜଣାପଡିଥିଲା ଯେ, ୫ ବର୍ଷର ନାବାଳିକାକୁ ନୟାଗଡ଼ ଯଦୁପୁରରେ ହତ୍ୟା ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ମୁଖ୍ୟ ଅଭିଯୁକ୍ତ ସରୋଜ ଧରାପଡିଥିଲା ।

Get real time updates directly on you device, subscribe now.