fbpx

ପରୀକ୍ଷା ଫଳ ଦେଖି ୬ ଛାତ୍ରଙ୍କ ଆତ୍ମହତ୍ୟା, ସମସ୍ତଙ୍କୁ ପାସ୍ କରିବା ପାଇଁ ଦାବି

Advertisement

ପରୀକ୍ଷାରେ ଫେଲ ହୋଇଥିବା ୬ ଛାତ୍ରଙ୍କ ଆତ୍ମହତ୍ୟା ପରେ ଚେତିଲେ ସରକାର । ଏବେ ସବୁ ପିଲା ହେବେ ପାସ୍ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ପ୍ରଥମେ ଦ୍ୱାଦଶ ଶ୍ରେଣୀକୁ ପାସ୍ କରାଯାଇଥିଲା କିନ୍ତୁ ପରେ ଏହାର ପରୀକ୍ଷା ଅକ୍ଟୋବରରେ କରାଯାଇଥିଲା ଯେଉଁଥିରେ କେବଳ ୪୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୫୧ ପ୍ରତିଶତ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ ।

କିନ୍ତୁ ଏହି ଫଳାଫଳ ଦେଖି ୬ ଜଣ ଛାତ୍ର ଆତ୍ମହତ୍ୟା କରିବା ପରେ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ  । ଯାହାଫଳରେ ସରକାର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ  । ଶୁକ୍ରବାର ତେଲେଙ୍ଗାନାର ଶିକ୍ଷାମନ୍ତ୍ରୀ ସବିତା ଇନ୍ଦ୍ର ରେଡ୍ଡି କହିଛନ୍ତି ଯେ , ସମସ୍ତ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ନମ୍ବର ଦେଇ ପାସ୍ କରାଯିବ  । ଏକାଦଶ ଶ୍ରେଣୀର କେହି ଫେଲ୍ ହେବେ ନାହିଁ  ।

Get real time updates directly on you device, subscribe now.