fbpx

ପ୍ୟାରିସ୍ ଅଲିମ୍ପିକ୍ସ: କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ୍ କୁ ଭେଟିଛି । ସ୍ପେନ୍ ବିପକ୍ଷରେ ଭାରତ ଆଉ ଏକ ଗୋଲ୍ ଦେଇ ୨-୧ରେ ଆଗୁଆ ରହିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ ପେନାଲ୍ଟି କର୍ଣ୍ଣରରୁ ଭାରତ ପାଇଁ ପୁଣି ଥରେ ଗୋଲ୍ ଦେଇଥିଲେ ।

ଫଳରେ ଭାରତ ଏହି ମ୍ୟାଚ୍ ରେ ସ୍ପେନ୍ ଠାରୁ ୨-୧ରେ ଆଗୁଆ ରହିଛି । ସେପଟେ ହକିର ସେମିଫାଇନାଲରେ ଭାରତକୁ ଜର୍ମାନୀ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅଲିମ୍ପିକ୍ସରେ ହକି ବ୍ରୋଞ୍ଜ ପଦକ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ ।

Get real time updates directly on you device, subscribe now.