ଭୁବନେଶ୍ୱର, ୨୪/୫(ଓଡିଶା ଭାସ୍କର): କ ରୋନା ପ୍ରଭାବ ଉଭୟ ଦେଶ ଓ ରାଜ୍ୟ ଉପରେ ପଡିଛି। ତେଣୁ ସତର୍କତା ପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାସହ ସବୁ ଦୋକାନ ବଜାର ସାଙ୍ଗକୁ ପାର୍କ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ। ଆଗ ପରି ଖଟି ଜମିବା ସହ ଗହଳି ହେବ। କିନ୍ତୁ ପାର୍କ ଖୋଲିବ ସମୟ ରେ ପରିବର୍ତନ କରାଯାଇଛି। ସକାଳ ୬ଟାରୁ ୧୦ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା ରହିଛି।