fbpx

RBI Governor:ଖୁବ ଶୀଘ୍ର ବଢିବ ଆରବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ!ଏଣିକି ଏତିକି ବର୍ଷ ଯାଏଁ କରିବେ କାର୍ଯ୍ୟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ସଂସ୍କାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ନିଆ ଯାଇପାରେ , ସଂସଦୀୟ ଷ୍ଟାଣ୍ଡିଂ କମିଟି ଫାଇନାନ୍ସ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପାଇଁ କାର୍ଯ୍ୟକାଳ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି। କାର୍ଯ୍ୟକାଳ ବୃଦ୍ଧି ପାଇ ୬ ବର୍ଷ ହେଇ ପାରେ ବୋଲି ସୂଚନା ମିଳୁଛି। ଏହା ସହିତ ଡେପୁଟି ଗଭର୍ନରଙ୍କ କାର୍ଯ୍ୟକାଳ ଚାରି ରୁ ଆଠ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସୂଚନା ଦିଆ ଯାଇଛି ।

ସୂତ୍ର ଅନୁଯାୟୀ, ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ସଂସଦୀୟ ପ୍ୟାନେଲ ଏଥିରେ ବ୍ୟାପକ ସଂସ୍କାର ଆଣିବାକୁ ଆରବିଆଇ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି।ଡିସେମ୍ବର ୭ ରୁ ଆରମ୍ଭ ହେବାକୁ ଥିବା ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।ଏହାସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅନୁମୋଦନକୁ ଅପେକ୍ଷା କରିଥିବା ସୂତ୍ରରୁ ପ୍ରକାଶ।

ରିପୋର୍ଟ ବାଚସ୍ପତିଙ୍କ କାର୍ଯ୍ୟାଳୟ ଦ୍ୱାରା ଅନୁମୋଦନ ହେବା ପରେ ଏହା ନିମ୍ନ ଗୃହରେ ଦାଖଲ ହୋଇପାରେ।ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶରେ ଏହି ରିପୋର୍ଟରେ କୁହାଯାଇଛି ଯେ ଆରବିଆଇ ଅଧୀନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି।ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ ବର୍ତ୍ତମାନ ଆର୍ଥିକ ସେବା ବିଭାଗ ମାଧ୍ୟମରେ ପରିଚାଳିତ ହେଉଛି।

ଏହି ପ୍ୟାନେଲରେ ଡେପୁଟି ଗଭର୍ନରଙ୍କ ସଂଖ୍ୟା ବିଦ୍ୟମାନ ଚାରି ରୁ ଆଠକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିବା ମଧ୍ୟ କୁହା ଯାଇଛି।

Get real time updates directly on you device, subscribe now.