fbpx

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ସମୟରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ: ଶୁଣିଲେ ଖୁସି ହୋଇଯିବେ ଆପଣ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ବି ପେଟ୍ରୋଲ-ଡିଜେଲର ବଢ଼ୁଥିବା ମୂଲ୍ୟକୁ ନେଇ ଚିନ୍ତିତ, ତେବେ ଏହି ଖବରଟି ଆପଣଙ୍କୁ ଆରାମ ଦେଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଇନ୍ଧନ ମୂଲ୍ୟକୁ ନେଇ ବଡ଼ ବୟାନ ଦେଇଛନ୍ତି । ପ୍ରଥମଥର ପାଇଁ ଗତ ୬ ମାସ ଭିତରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଏବେ ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ, ବିମାନ ଇନ୍ଧନ(ଏଟିଏଫ୍) ଉପରେ ଲାଗୁ ହୋଇଥିବା ନୂଆ ଟ୍ୟାକ୍ସ ର ସମୀକ୍ଷା କରିବେ । ଅର୍ଥାତ୍ ସରକାରଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମୂଲ୍ୟକୁ ଧ୍ୟାନରେ ରଖି ପ୍ରତି ୧୫ ଦିନରେ ଫ୍ୟୁଲର ଟ୍ୟାକ୍ସ ସମୀକ୍ଷା କରାଯିବ ।

ଇନ୍ଧନ ମୂଲ୍ୟ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଏହା ଏକ କଷ୍ଟକର ସମୟ ଏବଂ ବିଶ୍ୱରେ ତୈଳ ମୂଲ୍ୟ ଅନିୟମିତତା ହୋଇଛି । ଏହି ସମୟରେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି । ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ହ୍ରାସ ପାଇଛି ।

ଏହାପୂର୍ବରୁ ସରକାର ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ରପ୍ତାନି ଉପରେ ଟ୍ୟାକ୍ସ ଲାଗୁ କରିବାକୁ ମଧ୍ୟ ଘୋଷଣା କରିଥିଲେ । ଏହା ଅଧୀନରେ ପେଟ୍ରୋଲ ଏବଂ ଏଟିଏଫ ରପ୍ତାନି ଉପରେ ଲିଟର ପିଛା ୬ ଟଙ୍କା ଏବଂ ଡିଜେଲ ରପ୍ତାନିରେ ଲଗାତାର ହ୍ରାସ ପରେ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିବେ ବୋଲି ସାଧାରଣ ଲୋକ ଆଶା କରୁଛନ୍ତି ।

Get real time updates directly on you device, subscribe now.