fbpx

କ୍ୟାରିୟର ଟିପ୍ସ: ପାର୍ଟ ଟାଇମ ଜବ୍ ରେ ବଢ଼ିବ ଅନୁଭବ, କ୍ୟାରିୟରରେ ମିଳିବ ଡବଲ ଫାଇଦା

ନୂଆଦିଲ୍ଲୀ: ଆପଣ କଲେଜରେ ପାଠ ପଢ଼ୁଛନ୍ତି କିମ୍ବା କୌଣସି ଅଫିସ ଚାକିରି କରୁଛନ୍ତି, ପାର୍ଟ ଟାଇମ ଜବ୍ ଆପଣଙ୍କ ପାଇଁ ସବୁବେଳେ ଏକ ଭଲ ଅପ୍ସନ ହୋଇପାରେ । ଏବେ ପାର୍ଟ ଟାଇମ ଜବ୍ ର ଟ୍ରେଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ନିଜର କାମରୁ କିମ୍ବା ପାଠ ପଢ଼ା ପରେ ଫ୍ରିୀ ଟାଇମରେ ଲୋକେ ନିଜର ହବି ଅନୁଯାୟୀ କୌଣସି ପାର୍ଟ ଟାଇମ କାମ ଖୋଜିନେଉଛନ୍ତି । ଏଥିରେ ସେମାନଙ୍କୁ କ୍ୟାରିୟର ଉନ୍ନତି ହେବା ସହ ଅନେକ ଫାଇଦା ମଧ୍ୟ ହୋଇଥାଏ । ଅନେକ ଏମିତି କାମ ରହିଛି ଯାହାକୁ ଘରେ ବସି ମଧ୍ୟ କରାଯାଇପାରିବ । ଯେଉଁ ଲୋକମାନଙ୍କୁ କଣ୍ଟେଣ୍ଟ ରାଇଟିଙ୍ଗ୍ ରେ ଆଗ୍ରହ ରହିଛି ସେମାନେ ଫ୍ରି ଟାଇମ୍ ରେ ଫ୍ରିଲାନ୍ସିଂ ପ୍ରୋଜେକ୍ଟରେ ନିଜକୁ ନିୟୋଜିତ କରୁଛନ୍ତି । ଯଦି ଆପଣ ମଧ୍ୟ ଏଭଳି କୌଣସି ଫିଲ୍ଡରେ ଅଛନ୍ତି ଯେଉଁଥିରେ ପାର୍ଟ ଟାଇମ ଜବ୍ କରିବାର ସୁଯୋଗ ମିଳୁଛି ତେବେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ଏହାର ଫାଇଦା ଉଠାନ୍ତୁ । ଏହାଦ୍ୱାରା ଅତିରିକ୍ତ ଇନକମ ହେବା ସହ ଆପଣଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ହେବ ।

ଆପଣ ଯେଉଁ ଫିଲ୍ଡରେ କାମ କରୁଛନ୍ତି କିମ୍ବା ପାଠ ପଢ଼ୁଛନ୍ତି ସେହି ଫିଲ୍ଡରେ ପାର୍ଟ ଟାଇମ ଜବ୍ କରିବା ଆପଣଙ୍କ ପାଇଁ ଅଧିକ ଭଲ ହୋଇଥାଏ । ଏହାଦ୍ୱାରା ଏହି ଫିଲ୍ଡରେ ଭଲ ଅନୁଭବ ମିଳିଥାଏ । ଭବିଷ୍ୟତରେ ସେହି ଫିଲ୍ଡରେ ଭଲ ଚାକିରି ମଧ୍ୟ ମିଳିପାରେ । ପାର୍ଟ ଟାଇମ ଜବ୍ କୁ ଟ୍ରେନିଂ ଭାବରେ ନେଇପାରିବେ, ଏହାଦ୍ୱାରା ଆୟ ସହିତ କ୍ୟାରିୟରରେ ମଧ୍ୟ ସହଜ ହୋଇଥାଏ ।

ଯଦି ଆପଣ କୌଣସି କମ୍ପାନୀରେ ପାର୍ଟ ଟାଇମ ଜବ୍ କରୁଛନ୍ତି ତେବେ ଆପଣଙ୍କୁ ସେଠାକାର ୱାର୍କ କଲ୍ଚର ଜାଣିବାକୁ ସୁଯୋଗ ମିଳିବ । ସେଠାରେ ମିଳୁଥିବା ଏକ୍ସପିରିଏନ୍ସ ଭବିଷ୍ୟତରେ ଅନେକ ଫାଇଦା ଦେଇଥାଏ । ପାର୍ଟ ଟାଇମ କାମ କରିବା ଦ୍ୱାରା ଅନେକ କିଛି ଶିଖିବାକୁ ମିଳିଥାଏ । ଏହା ଦ୍ୱାରା କାମରେ ଶୃଙ୍ଖଳା ମଧ୍ୟ ଜାଣଯାଇଥାଏ । ପାର୍ଟ ଟାଇମ ଜବ୍ ରେ ସମୟର ସଦୁପୋଯୋଗ, ଟିମ୍ ୱାର୍କ, କ୍ରିଏଟିଭିଟି, ମଲ୍ଟି ଟାସ୍କିଂ, ଏବଂ ଲିଡରସିପ୍ ଗୁଣ ବଢ଼ିଥାଏ ।

ଯଦି ଆପଣ ପାଠ ପଢ଼ିବା କିମ୍ବା କୌଣସି କାମ କରିବା ସହ ପାର୍ଟ ଟାଇମ ଜବ୍ କରୁଛନ୍ତି ତେବେ ଆପଣଙ୍କୁ ଉଭୟ ମଧ୍ୟରେ ସନ୍ତୁଳନ ରଖିବାକୁ ପଢ଼ିବ । ଫଳରେ ଏହାଦ୍ୱାରା ଆପଣଙ୍କ ପାଠ ପଢ଼ା କିମ୍ବା କାମ ମଧ୍ୟରେ ଯେପରି ଅସୁବିଧା ନହେବ । ତେବେ ପାର୍ଟ ଟାଇମ ଜବ୍ କୁ ସବୁବେଳେ ଆୟ କରିବା ଉଦ୍ଦେଶ୍ୟରେ ନିଆଯାଇନପାରେ ଏଥିରେ ଅନେକ ଜିନିଷ ଶିଖିବାର ମଧ୍ୟ ଥାଏ ।

Get real time updates directly on you device, subscribe now.