fbpx

ଆଜିଠାରୁ ଉତ୍ତରପ୍ରଦେଶରେ ଆଂଶିକ ଅନଲକ୍; ଖୋଲିବ ମଲ୍, ରେଷ୍ଟୁରାଣ୍ଟ

Advertisement

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରୁ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ରାଜ୍ୟରେ ଲଗାଯାଇଥିବା ପ୍ରତିବନ୍ଧକକୁ କିଛିମାତ୍ରାରେ ହଟାଯାଇଛି । ସେହିପରି ଦିଲ୍ଲୀରେ ଆଜିଠାରୁ ହୋଇଛି ଅନଲକ୍ । ଆଜିଠାରୁ ଖୋଲାବ ପବ୍ଲିକ୍ ପାର୍କ ଓ ବାର । କୋଭିଡ୍-୧୯ର ସୁରକ୍ଷା ବ୍ୟବସ୍ଥା ଓ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଓ ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା

ସେହିଭଳି ଆଜିଠାରୁ ଉତ୍ତରପ୍ରଦେଶରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ ଓ ହୋଟେଲ । ମାସ ମାସ ଧରି ବନ୍ଦ ରହିଥିବା ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ଅନେକ ପ୍ରତିବନ୍ଧକ ହଟାଇ ଦିଆଯାଇଛି । କରୋନାର ପ୍ରକୋପ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ତାଲା ପକାଇବାରେ ଆରାମ ଦେବା ଆରମ୍ଭ କରିଛନ୍ତି । ପାଞ୍ଚ ଦିନ ପାଇଁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ରେଷ୍ଟୁରାଣ୍ଟ, ହୋଟେଲ୍ ଓ ପବ୍ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି । ରେଷ୍ଟୁରାଣ୍ଟ ଓ ହୋଟେଲ ସମ୍ମୁଖରେ ପଲ୍ସ ଅକ୍ସିମିଟର , ଅନଫ୍ରାଡ୍ ଥର୍ମୋମିଟର, ସାନିଟାଇଜର ସହ କୋଭିଡ୍ ହେଲ୍ପ ଡେକ୍ସ ରଖାଯିବ । ଏହା ସହ ଗୋଟିଏ ଚେଆରକୁ ଛାଡି ଆଉ ଗୋଟେ ଚେଆର ରଖାଯିବ । ଏଥି ସହିତ ସୋମବାର ଠାରୁ ସରକାରୀ ଓ ବେସରକାରୀ କମ୍ପାନୀ ଗୁଡିକ କାର୍ଯ୍ୟାଳୟ ଗୁଡିକ ସମ୍ପୂର୍ଣ୍ଣ ଉପସ୍ଥିତିରେ ଖୋଲିଛି ।

ତେବେ ସାପ୍ତାହିକ ଲକଡାଉନ୍ ବଳବତ୍ତ ରହିବ । ଏହାପୂର୍ବରୁ ଦୋକାନ ଓ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲା ସକାଳ ୭ଟାରୁ ୫ ପର୍ଯ୍ୟନ୍ତ । କିନ୍ତୁ ଏହାକୁ ସରକାର ରିହାତି ପ୍ରଦାନ କରିଛନ୍ତି । ତେବେ ସିନେମା ହଲ, ଷ୍ଟାଡିୟମ୍ , ଜିମ୍, ସୁଇମିଂପୁଲ, ସ୍କୁଲ-କଲେଜ୍ ଆଦି ଜୁନ୍ ୨୮ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଅତିଥିଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ । ୟୁପି ସରକାର କହିଥିଲେ ଲି ଯେଉଁ ଜିଲ୍ଲାରେ ୬୦୦ରୁ କମ୍ ସଂକ୍ରମଣ ରହିଛି ସେଠାରେ ରିହାତି ଦିଆଯିବ । ଯଦି ଏହି ସବୁ ନିର୍ଦ୍ଦେଶାବଳୀ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.