fbpx
BJD SKY
BJD SKY

କଟକରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା; ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା

BJD

କଟକ: ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ବାହାରିଥିଲା ଏକ ଯାତ୍ରୀବାହୀ ବସ୍‌। ଏହି ବସ୍‌ (ଚନ୍ଦନ)ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଗଟଣାଗ୍ରସ୍ଥ । ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ି ବସ୍‌ଟି ଡିଭାଇଡର ଉପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ପରେ ଟ୍ରାଫିକ୍‌ ଭିଡ଼ ରହିଛି। ଫଳରେ ଯାତାୟତରେ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ଅନେକ ଗାଡ଼ି ରାସ୍ତାରେ ଅଟକି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ପୋଲିସ ପହଞ୍ଚିଛନ୍ତି। ଆଉ କିଛି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା ଦୂର ହେବା ନେଇ ଆଶା ଦେଖା ଯାଉଛି ।

Get real time updates directly on you device, subscribe now.