fbpx

JEE Main ଏପ୍ରିଲ୍ ୨୦୨୪ ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଆବେଦନ କରିପାରିବେ, ଜାଣନ୍ତୁ ପ୍ରକ୍ରିୟା ଏବଂ ଫିସ୍

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଜେଇଇ ମେନ୍ ଏପ୍ରିଲ୍ ୨୦୨୪ ଅଧିବେଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଛାତ୍ରମାନେ ଅଫିସିଆଲ୍ ୱେବସାଇଟରୁ ମାର୍ଚ୍ଚ ୨ ରାତି ୧୧ ଟା ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ ।

ଏଥି ସହିତ, ମାର୍ଚ୍ଚ ୨ ରେ ରାତି ୧୧:୫୦ ପର୍ଯ୍ୟନ୍ତ ଆବେଦନ ଶୁଳ୍କ ଜମା ହେବ । ଏପ୍ରିଲ ୪ ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଟି ମୋଡରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ । ଆବେଦନ କରିବା ସମୟରେ, ଛାତ୍ରମାନେ ପେପର -୧- ବିଇ ଏବଂ ବିଟେକ୍, Paper-2- B.Arch ଏବଂ Paper-2- B.Planningର ଚଏସ୍ ପୂରଣ କରିପାରିବେ ।

ଫିସ୍ କେତେ ହେବ :-

ସାଧାରଣ ବର୍ଗର ପୁରୁଷ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥି ସହିତ, ଇଡବ୍ଲୁଏସ, ଓବିସିି ବର୍ଗର ପୁରୁଷ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୯୦୦ ଟଙ୍କା, ମହିଳା ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା, ଏସସି-ଏସଟି ଏବଂ ଦିବ୍ୟାଙ୍ଗ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଏବଂ ତୃତୀୟ ଲିଙ୍ଗ ବର୍ଗର ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ପେପର କମ୍ବିନେସନ୍ ବିକଳ୍ପ ଉପଲବ୍ଧ ହେବ :-

ଜେଇଇ ମେନ୍ ଏପ୍ରିଲ୍ ୨୦୨୪ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାବେଳେ, ଛାତ୍ରଛାତ୍ରୀମାନେ ଦୁଇ କିମ୍ବା ତିନୋଟି ପେପର କମ୍ବିନେସନ ବାଛିବା ପାଇଁ ବିକଳ୍ପ ପାଇବେ । ଏ ପେପର କମ୍ବିନେସନ ଚୟନ ଉପରେ, ଜେନେରାଲ୍, ଇଡବ୍ଲୁଏସ୍ ଏବଂ ଓବିସି ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୨୦୦୦ ଟଙ୍କା ଏବଂ ମହିଳା ପ୍ରାର୍ଥୀଙ୍କୁ ୧୬୦୦ ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଏସସି-ଏସଟି, ଦିବ୍ୟାଙ୍ଗ ଏବଂ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୦୦୦ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.