fbpx
BJD
BJD SKY
BJD SKY

(Video) ପୁଅ ମୁଣ୍ଡରେ ସିନ୍ଦୁର ମାରି ଫୁଲ ମାଳ ବି ପକାଇ ସାରିଥିଲା, ଖାଲି ମନ୍ତ୍ର ବୋଲିଲା ପରେ ପଡ଼ିଥାନ୍ତା ଚୋଟ

କପ୍ତିପଦା: ଆଜି ସରସ୍ୱତୀ ପୂଜା । ଆଉ ପୂଜା ପୂର୍ବରୁ ମା’ ଦେଉଥିଲା ପୁଅର ବଳି । ପୁଅ ମୁଣ୍ଡରେ ସିନ୍ଦୁର ମାରି ଫୁଲ ମାଳ ବି ପକାଇ ସାରିଥିଲା । ଖାଲି ବ୍ରାହ୍ମଣ ମନ୍ତ୍ର ବୋଲିଲା ପରେ ପଡ଼ିଥାନ୍ତା ଚୋଟ । ହେଲେ ବଳି ଦେଉ ଦେଉ ଏମିତି କିଛି ଘଟିଲା । ହଁ ଆଜ୍ଞା ଏବେ ବି ମଣିଷ ଅନ୍ଧବିଶ୍ୱାସରେ ଘେରି ରହିଛି । ଯାହାର ପରିଣାମରେ ଜଣେ ପୁଅର ବଳି ପଡ଼ୁ ପଡ଼ୁ ରହି ଯାଇଛି । ପୁଅ ପିଶାଚି ମାଆ କବଳରୁ ଖସି ପଳାଇ ଆସିଛି । ସାହାସ ଯୁଟାଇ ଆସିଛି ବୋଲି ଆଜି ତାର ଜୀବନ ବଞ୍ଚି ଯାଇଛି । ଏମିତି କଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ ।

ଗତକାଲି ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ । ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ । ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ ଖସି ଆସି ଦୌଡ଼ିଥିଲା ପୁଅ । କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା ପୁଅ । ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମାଆ-ବାପାକୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ । ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା।

Get real time updates directly on you device, subscribe now.