fbpx

ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ସାମ୍ନାକୁ ଆସିଲା Video

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଏହି ମନ୍ଦିରରେ ଆରତୀ କରିଥିଲେ ଏବଂ ମନ୍ଦିର କମ୍ପେ୍ଲକ୍ସ ବିଷୟରେ ଜାଣିଥିଲେ । ମନ୍ଦିରର ଭବ୍ୟତା ଦେଖିବା ପରେ ପିଏମ ମୋଦୀ ବହୁତ ଖୁସି ନଜର ଆସିଥିଲେ ।

ଏହି ମନ୍ଦିର ବିଏପିଏସ ଦ୍ୱାରା ନିର୍ମିତ :-

ବିଏପିଏସ ଦ୍ୱାରା ନିର୍ମିତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଆବୁଧାବିରେ ଏହା ହେଉଛି ପ୍ରଥମ ହିନ୍ଦୁ ମନ୍ଦିର । ଏହି ହିନ୍ଦୁ ମନ୍ଦିର ବହୁତ ବଡ ଏବଂ ବିଶାଳ । ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶ ବାହାରେ ଏକ ବଡ ହିନ୍ଦୁ ମନ୍ଦିର ଉଦଘାଟନ କରିବା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଗସ୍ତରେ ମଙ୍ଗଳବାର ଅପରାହ୍ନରେ ଆବୁଧାବିରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନ ଆଲିଙ୍ଗନ କରିଥିଲେ । ଆବୁ ମୁରିଖା ଅଞ୍ଚଳରେ ଅବସ୍ଥିତ ଏହି ହିନ୍ଦୁ ମନ୍ଦିର ଆନୁମାନିକ ୭୦୦ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଛି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରର ଉଦଘାଟନ କରିବାକୁ ଆସିଥିଲେ, ସେତେବେଳେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

ଏହି ସ୍ୱାମୀନାରାୟଣ ମନ୍ଦିରର ଉଚ୍ଚତା ୧୦୮ଫୁଟ , ଲମ୍ବ୨୬୨ ଫୁଟ ଓ ଉଚ୍ଚତା ୧୮୦ ଫୁଟ । ଏହାକୁ ନିର୍ମାଣ କରିବାରେ ୭୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭଗବାନ ସ୍ୱାମୀ ନାରାୟଣ ମନ୍ଦିରର କାନ୍ଥରେ ହିନ୍ଦୁ ଧର୍ମ ଓ ବିଶ୍ୱର ଅନ୍ୟ ଧର୍ମର ସଂସ୍କୃତି, ସଭ୍ୟତା ଉପରେ ଆଧାରିତ ୨୫୦ରୁ ଅଧିକ କାହାଣୀକୁ ଖୋଦିତ କରାଯାଇଛି । ଏହି ମନ୍ଦିରରେ ୭ ଶିଖର ରହିଛି ଯାହା ଭାରତର ଅଲଗା ଅଲଗା ରାଜ୍ୟର ଦେବତାଙ୍କୁ ସମର୍ପିତ । ଏଥିରେ ଭାରତର ଉତ୍ତର, ଦକ୍ଷିଣ, ପୂର୍ବ,ପଶ୍ଚିମର ସମସ୍ତ ଦେବୀ ଦେବତାଙ୍କୁ ସାମିଲ କରାଯାଇଛି ଯେଉଁଥିରେ ଭଗବାନ ଆୟପ୍ପା, ତିରୁପତି ବାଲାଜୀ, ପ୍ରଭୁ ଜଗନ୍ନାଥ, ଶ୍ରୀକୃଷ୍ଣ, ହନୁମାନ, ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକେୟ, ଶ୍ରୀରାମ , ମାତା ସୀତାଙ୍କ ମୂର୍ତ୍ତି ରହିଛି ।

Get real time updates directly on you device, subscribe now.