fbpx

ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ; ବିନା କାରଣରେ BSF ପୋଷ୍ଟ୍ ଉପରକୁ ଚଳାଇଲା ଗୁଳି

ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି ପାକିସ୍ତାନ।

ଉଚିତ ଜବାବ ଦେଲେ ଏହି ପୋଷ୍ଟରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ।  ସନ୍ଧ୍ୟା ପ୍ରାୟ ୫ଟା ୫୦ରୁ ଆରମ୍ଭ ହୋଇଥିବା ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୦ ମିନିଟରୁ ଅଧିକ ସମୟ ଧରି ଜାରି ରହିଥିଲା ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ।

ଏହି ଗୁଳି ବିନିମୟ ଘଟଣାକୁ ନେଇ ବିଏସଏଫ୍ କ‌ହିଛି ଯେ, ସେମାନଙ୍କ ଦ୍ବାରା କରାଯାଇଥିବା ଗୁଳି ବିନିମୟରେ ଆମେ ଉପଯୁକ୍ତ ଉତ୍ତର ଦେଉଛୁ । ପାକିସ୍ତାନ କାହିଁକି ଚୁକ୍ତିକୁ ଉଲ୍ଲଂଘନ କରୁଛି ସେନେଇ ସୂଚନା ମିଳିପାରି ନାହିଁ । ଆମେ ବର୍ତ୍ତମାନ ଅଧିକ କିଛି ସୂଚନା ଏନେଇ ଦେଇ ପାରିବୁ ନଥିବା କହିଛି ସେନା ।

Get real time updates directly on you device, subscribe now.