fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଜାଣନ୍ତୁ ଚିଠିରେ ସେ କ’ଣ ଲେଖିଛନ୍ତି

ଓଡ଼ିଶା ଭାସ୍କର: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହି ଚିଠି ମାଧ୍ୟମରେ ଅଭିନେତ୍ରୀ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କୁ ମୋଦୀଙ୍କୁ କୃତଜ୍ଞତା ଜଣାଇଥିବା ଦେଖିବାକୁ ମିଳିଛି। ଆଉ ଏହି ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି।

ଶିଳ୍ପା ମୋଦୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇ କହିଛନ୍ତି, ‘ଆଦରଣୀୟ ମୋଦୀ, କିଛିଲୋକ ଇତିହାସ ପଢ଼ିଥାଆନ୍ତି। କିଛିଲୋକ ଇତିହାସ ଶିଖିଥାଆନ୍ତି ଓ ରଚିଥାଆନ୍ତି। କିନ୍ତୁ ଆପଣଙ୍କ ଭଳି ଲୋକ ଇତିହାସ ବଦଳାଇବା ସହିତ ଇତିହାସ ରଚିଦେଲେ। ଆପଣଙ୍କ ପାଇଁ ୫୦୦ବର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଜନ୍ମଭୂମି‌ରେ ମନ୍ଦିର ନିର୍ମାଣ ହୋଇପାରିଲା। ଜାନୁଆରି ୨୨ ତାରିଖ‌‌ରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ବି ହେଲା। ଏଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ। ଏହି ଶୁଭକାମ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିର ସହିତ ଆପଣଙ୍କ ନାମ ସବୁଦିନ ପାଇଁ ଯୋଡ଼ି ହୋଇ ରହିଲା। ନମୋ ରାମ! ଜୟ ଶ୍ରୀ ରାମ। ତେବେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଶିଳ୍ପା ଏଭଳି କିଛି ଲେଖିଥିବା ବେଳେ ତାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଶିଳ୍ପାଙ୍କ ଏହି ଚିଠି ପାଇବା ପରେ ବିଜେପି ବି ମଧ୍ୟ ଏହାକୁ ନେଇ ଏକ ପୋଷ୍ଟ ସେୟାର କରିଛି। ଶିଳ୍ପାଙ୍କ ଏହି ଚିଠିକୁ ସେୟାର କରି ମହାରାଷ୍ଟ୍ର ବିଜେପି କହିଛି, ‘ଅଭିନେତ୍ରୀଙ୍କ ଭଳି ଅନ୍ୟମାନେ ବି ଏଭଳି ଚିଠି ଲେଖିପାରିବେ। ଏହି ଚିଠିକୁ ଆମେ ସୋସିଆଲ ମିଡିଆରେ ସେୟାର ବି କରିବୁ।’

 

 

Get real time updates directly on you device, subscribe now.