fbpx

Big Breaking:ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା, ଭାରତୀୟ ଯାତ୍ରୀଙ୍କୁ ନେଇ ରୁଷ ଯାଉଥିଲା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଏକ ଯାତ୍ରୀବାହୀ ବିମାନ । ମିଳିଥିବା ସୂଚନାରୁ ଜଣାପଡିଛି ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଥମେ ସୂଚନା ମିଳିଥିବା କି ଏହା ଏକ ଭାରତୀୟ ବିମାନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଛି କି ଏହା ମୋରକ୍କନ ପଞ୍ଜୀକୃତ ଡିଏଫ୍ ୧୦ ବିମାନ ଥିଲା । ବିମାନଟି ରବିବାର ସକାଳେ କ୍ରାଶ ହୋଇଯାଇଛି ।

ଆଫଗାନିସ୍ତାନ ପାହାଡରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ମିଳିବା ପରେ ଘଟଣାସ୍ଥଳକୁ ପହଞ୍ଚିଛି ଉଦ୍ଧାରକାରୀ ଟିମ୍ । ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ବିମାନଟି ରୁଷିଆ ଯାଉଥିଲା । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବରେ ଜଣାପଡିନାହିଁ । ଆଫଗାନିସ୍ତାନ ସରକାର ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.