fbpx

ଦେଶର ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଆମିଷ ଖାଇବା ମନା: ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣମାନେ ଅନେକ ସମୟରେ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବେ । ଟ୍ରେନ ଯାତ୍ରା ସମୟରେ ଆପଣ ଜରୁରୀ ଜିନିଷ ସହିତ ନିଜ ମନ ପସନ୍ଦର ଖାଦ୍ୟ ମଧ୍ୟ ନେଇଥାନ୍ତି । କିନ୍ତୁ ଟ୍ରେନରେ ଖାଦ୍ୟକୁ ନେଇ ଆସିଛି ଏକ ବଡଖବର । ଆପଣ ଯଦି ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଛନ୍ତି ତାହାଲେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଟ୍ରେନର ଖାଦ୍ୟ ସମ୍ପର୍କରେ ରେଳବାଇ ଏକ ବଡ ଘୋଷଣା କିରିଛି । ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତମାନଙ୍କୁ ଆମିଷ ଖାଇବାକୁ ବାରଣ କରାଯାଇଛି । କାରଣ ଏହି ଟ୍ରେନକୁ ସାତ୍ତ୍ୱିକ ପ୍ରମାଣପତ୍ର ମିଳିଛି । ଯାହାକି ଦେଶର ପ୍ରଥମ ଟ୍ରେନ ।

ଦିଲ୍ଲୀ- କାଟ୍ରାକୁ ଯାଉଥିବା ବନ୍ଦେଭାରତ ଟ୍ରେନରେ ଯାତ୍ରୀମାନଙ୍କୁ ଆମିଷ ଖାଇବା ଓ ଆମିଷ ନେବାକୁ ନିଷିଦ୍ଧ କରାଯାଇଛି । ଏନେଇ ଟ୍ରେନରେ କ୍ୟାଟରିଂ ସୁବିଧା ଯୋଗାଉଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ ଏବଂ ସାତ୍ତ୍ୱିକ କାଉନସିଲ୍ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ଯାହାଫଳରେ ଏହି ଟ୍ରେନରେ ଯାତ୍ରୀମାନେ ଆମିଷ ଖାଦ୍ୟ ନେଇ ପାରିବେ ନାହିଁ କିମ୍ବା ଖାଇ ପାରିବେ ନାହିଁ । ଧୀରେ ଧୀରେ ଧର୍ମସ୍ଥଳୀକୁ ଯାଉଥିବା ଅନ୍ୟ ଟ୍ରେନମାନଙ୍କରେ ମଧ୍ୟ ଏହି ନିୟମ ଲାଗୁ ହେବ ।

ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟତଃ ଧାର୍ମିକ ସ୍ଥାନକୁ ଯାଇଥାନ୍ତି । ଯାହାଫଳରେ ସେମାନେ ଆମିଷ ଖାଇବାକୁ ପସନ୍ଦ କରିନଥାନ୍ତି । ତେଣୁ ଯାତ୍ରୀମାନଙ୍କର ଏହି ସବୁ ସମସ୍ୟା ଦୂର କରିବାକୁ ଭାରତୀୟ ରେଳବାଇ ସାତ୍ତ୍ୱିକ ଟ୍ରେନ ଆରମ୍ଭ କରିଛି । ତେବେ ଏହି ସମସ୍ତ ପ୍ରକିୟା ଶେଷ ହୋଇଥିବା ଭାରତ ସାତ୍ତ୍ୱିକ କାଉନସିଲର ପ୍ରତିଷ୍ଠାତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.