fbpx
BJD
BJD SKY
BJD SKY

QR କୋଡ ସ୍କାନ କରି ପେମେଣ୍ଟ କରୁଛନ୍ତି କି? ଗୋଟେ ଛୋଟ ଭୁଲରୁ ହୋଇପାରେ ଆକାଉଣ୍ଟ ଖାଲି

BJD

ନୂଆଦିଲ୍ଲୀ: ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ହ୍ୱାଟ୍ସଆପରେ ଲିଂକ ପଠାଇ ତ କେତେବେଳେ ୫ଜି ଅପଡ଼େଟ ନାମରେ ଲୋକଙ୍କ ଠାରୁ ଲୁଟ କରୁଛନ୍ତି । ଏହି ପ୍ରକାର ପ୍ରଡ୍ ରେ ସ୍କାମର୍ସମାନେ ଲୋକଙ୍କୁ ମିଠା କଥା କହି ନିଜ ଆଡ଼କୁ ଢଳାଇ ନେଇ କ୍ୟୁଆର କୋଡ୍ ର ବ୍ୟବହାର କରୁଛନ୍ତି । ଏହି କ୍ୟୁଆର କୋଡ଼ ଜରିଆରେ ଲୋକ ମାନଙ୍କୁ ଠକା ଯାଉଛି । ଦେଶରରେ କିଛି ବର୍ଷ ହେବ ଅନଲାଇନ ପେମେଣ୍ଟ ଜରିଆରେ ଲୋକେ ଆୟ ବେୟ ଚଳାଉଛନ୍ତି । ଏହାର ଫାଇଦା ସ୍କାମର୍ସ ମାନେ ଉଠାଉଛନ୍ତି । ତେବେ ଆସନ୍ତୁ ଜାଣିବା, ଏହି ପ୍ରକାର ଠକେଇରୁ କିପରି ବଂଚିବେ ।

ଠକେଇ ପାଇଁ ଏହି ଦୁର୍ବୁତ୍ତ ଅନଲାଇନ ମାର୍କେଟ ପ୍ଲେସ୍ ର ସାହାରା ନେଉଛନ୍ତି । ଉଦାହରଣ ସ୍ୱରୂପ ଆପଣ ନିଜ ପୁରୁଣା ଜିନିଷ ବିକ୍ରି କରିବା ପାଇଁ ଯେକୌଣସି ସୋସିଆଲ ପ୍ଲାଟଫର୍ମରେ ଫଟୋ ପୋଷ୍ଟ କରୁଛନ୍ତି । ଏହି ପୋଷ୍ଟ ଜରିଆରେ ଆପଣଙ୍କୁ ଅନେକ ଫୋନ ଆସୁଛି । ସ୍କାମର୍ସ ମାନେ ଏହି ଫାଇଦା ଉଠାଇ ଆପଣଙ୍କୁ କଲ କରୁଛନ୍ତି ଏବଂ କହୁଛନ୍ତି, ଆମେ ଆପଣଙ୍କ ସହ କିଛି ଡ଼ିଲ୍ କରିବାକୁ ଚାହୁଁଛୁ ।

ପ୍ରଥମେ ସ୍କାମର୍ସ ମାନେ ଟଙ୍କା ପଇସାକୁ ନେଇ କିଛି କଥା କହୁନାହାନ୍ତି । ଯାହାଦ୍ୱାରା ଆପଣ ଖୁବ ଶିଘ୍ର ଡ଼ିଲ୍ ପୂରଣ କରିବାକୁ ରାଜି ହୋଇଯିବେ । ଆପଣଙ୍କର ଏହି ତରବର ର ଫାଇଦା ସ୍ମାମର୍ସ ମାନଙ୍କୁ ମିଳିଥାଏ । ସେମାନେ ଆପଣଙ୍କୁ କହିବେ ଯେ, ଆମେ ତୁମକୁ ଏକ କ୍ୟୁଆର କୋଡ ପଠାଉଛୁ, ଏହାପରେ ସ୍କାନ କରିବାକୁ କହିବେ । ସ୍କାନ କରିବା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ପେମେଣ୍ଟ ଡିଡକ୍ସନର ପପ୍ ଅଫ ଆସିବ । ସ୍କାମର୍ସ ମାନେ ଚାହାଁନ୍ତି ଯେ, ୟୁଜର୍ସ ମାନେ ଡିଡକ୍ସନକୁ କନଫର୍ମ କରି ଦିଅନ୍ତୁ । ଯେତେବେଳେ ଏହାକୁ କନଫର୍ମ କରାଯିବ ସେତେବେଳେ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ ।

ଠକେଇରୁ କିପରି ବଞ୍ଚିବେ

ଯେତେ ପରିମାଣରେ ଆପଣ ନିଜକୁ ଜାଗରଣ କରିବେ ସେତେ ପରିମାଣରେ ଆପଣ ଠକେଇ ରୁ ବଂଚିପାରିବେ । କେବେବି ଆପଣ ପେମେଣ୍ଟ ପାଇଁ ନିଜ ଆକାଉଣ୍ଟକୁ ନେବା ପାଇଁ କୌଣସି କ୍ୟୁଆର କୋଡକୁ ସ୍କାନ କରିବା ଦରକାର ନାହିଁ । କାରଣ ଏହି ପ୍ରୋସେସ ହେଉଛି ପେମେଣ୍ଟ କରିବା ପାଇଁ ।
-କାହାକୁ ନିଜର ବ୍ୟାଙ୍କ ଡିଟେଲ୍ସ ସେୟାର କରନ୍ତୁ ନାହିଁ ।
-କିଏ ଆପଣଙ୍କୁ କ୍ୟୁଆର କୋଡ ପଠାଉଛି ତାକୁ ସ୍କାନ କରନ୍ତୁ ନାହିଁ ।
-ନିଜର ଓଟିପି କାହା ସହ ସେୟାର କରନ୍ତୁ ନାହିଁ ।
-ଓଏଲଏକ୍ସ ପରି ଅନଲାଇନ ପ୍ଲାଟଫର୍ମରେ ଦେଖି ରଖି ସପିଂ କରନ୍ତୁ ।

Get real time updates directly on you device, subscribe now.