fbpx

ଫେବୃଆରୀ ୨୯ ପରେ ବି ଚାଲିବ Payment App: କମ୍ପାନୀ ଉପରେ ଦେଲା ବଡ଼ ଅପଡେଟ RBI

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ବ୍ୟାନ୍ ଆଦେଶ ଜାରି କରିଛି । ଆସନ୍ତା ଫେବୃଆରୀ ୨୯ ତାରିଖରୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ କୌଣସି କଷ୍ଟମର ଆକାଉଣ୍ଟ, ପ୍ରିପେଡ, ୱାଲେଟ ଏବଂ ଫାଷ୍ଟାଗ୍ରେ ଡିପୋଜିଟ କିମ୍ବା ଟପ୍-ଅପ୍ ସ୍ୱୀକାର କରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ କମ୍ପାନୀକୁ ନେଇ ଆଉ ଏକ ବଡ଼ ଅପଡେଟ ଦେଇଛି । ୨୯ ତାରିଖ ପରେ ମଧ୍ୟ ପେଟିଏମ ଆପ୍ ବନ୍ଦ ହେବନାହିଁ ବୋଲି କହିଛି ଆରବିଆଇ ।

ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ ପରେ ପେଟିଏମ ବ୍ୟବହାର କରୁଥିବା ଗ୍ରାହକମାନଙ୍କର ସମସ୍ୟା ବଢିଯାଇଛି । ବର୍ତ୍ତମାନ ଏହାକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଲାଗି ରହିଛି । ଅନେକ ଲୋକ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏବଂ ପେଟିଏମ ଆପ୍ ଗୋଟିଏ ବୋଲି ଭାବି ନେଇଛନ୍ତି । ତେଣୁ ୨୯ ତାରିଖ ପରେ ପେଟିଏମ ଆପ୍ ମଧ୍ୟ ବନ୍ଦ ହୋଇଯିବ ବୋଲି ଭୟ କରୁଛନ୍ତି ୟୁଜର । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ କହିଛି ଯେ, ଫେବୃଆରୀ ୨୯ ତାରିଖ ପରେ ପେଟିଏମ୍ ଆପ୍ ବନ୍ଦ ହେବନାହିଁ । ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ କେବଳ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଛି । ତେଣୁ ପେଟିଏମ୍ ଆପ୍ ଏହାଦ୍ୱାରା ପ୍ରଭାବିତ ହେବନାହିଁ । ଏ ନେଇ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ସ୍ୱାମୀନାଥନ ଜେ. ସ୍ପଷ୍ଟ ସୂଚନା ଦେଇଛନ୍ତି ।

ଅନ୍ୟ ବ୍ୟାଙ୍କଗୁଡିକ ପେଟିଏମ୍ ୱାଲେଟ୍ ସହିତ ସହଭାଗୀ ହୋଇପାରିବେ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ, ଏହା ଏକ ବ୍ୟବସାୟିକ ନିଷ୍ପତ୍ତି ଏବଂ ବ୍ୟାଙ୍କଗୁଡିକ ସେମାନଙ୍କର ନିର୍ଦ୍ଦେଶକ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ନୀତି ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ଯଦି ସେମାନେ ଭାଗିଦାରୀ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଆବଶ୍ୟକ ପ୍ରକ୍ରିୟା ଶେଷ କରିବେ।

Get real time updates directly on you device, subscribe now.