fbpx

UPI ପେମେଣ୍ଟ କଲେ ମିଳିବ ୧୦୦ ଟଙ୍କାର କ୍ୟାଶବ୍ୟାକ୍: କ୍ରିକେଟ ସିରିଜ ପାଇଁ ଏହି କମ୍ପାନୀ ଆଣିଛି ଦମଦାର ଅଫର

ନୂଆଦିଲ୍ଳୀ: ୟୁପିଆଇ ପେମେଣ୍ଟ ଉପରେ ମିଳୁଛି ୧୦୦ ଟଙ୍କାର କ୍ୟାଶବ୍ୟାକ । ୟୁପିଆଇ ଟ୍ରାଞ୍ଜାକ୍ସନ କମ୍ପାନୀ ପେଟିଏମ ପକ୍ଷରୁ ଏହି ଅଫର ପ୍ରଦାନ କରାଯାଇଛି । ଭାରତ ଓ ୱେଷ୍ଟଇଣ୍ଡିଜ ସିରିଜ ଉପଲକ୍ଷେ ଏହି ଅଫର ଘୋଷଣା କରାଯାଇଛି । ଏହି ଅଫରର ନାମ ୪ କା ୧୦୦ ରଖାଯାଇଛି । ଯେଉଁଦିନ ମ୍ୟାଚ ଚାଲୁଥିବ ସେହିଦିନ ନୂଆ ବ୍ୟବହାରକାରୀ ମାନେ ଏହାର ଫାଇଦା ଉଠାଇ ପାରିବେ । ୟୁପିଆଇ ଜରିଆରେ ହେଉଥିବା ଟ୍ରାନ୍ସଫର ପାଇଁ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିବ ।

ଏହା ବ୍ୟତିତ ନୂଆ ବ୍ୟବହାରକାରୀ ମାନେ ରେଫରାଲ ପ୍ରୋଗ୍ରାମ ଜରିଆରେ ମଧ୍ୟ ଅର୍ଥ ଆୟ କରିପାରିବେ । ରେଫରାଲ ପାଇଁ ମଧ୍ୟ ସମାନ ୧୦୦ ଟଙ୍କାର କ୍ୟାଶବ୍ୟାକ ମିଳିବ । ଭାରତୀୟ କ୍ରିକେଟର ହରଭଜନ ସିଂ, ୟୁଜବେନ୍ଦ୍ର ଚହଲ ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟର କ୍ରିସ ଗେଲ ୟୁପିଆଇ ପେମେଣ୍ଟ କରି ଏହି ଅଫରର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.