ପେଟିଏମକୁ ଆଶ୍ୱସ୍ତି ଦେଲା NPCI: ନୂଆ UPI ୟୁଜର୍ସଙ୍କୁ ଯୋଡ଼ିବା ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଫିନଟେକ ଫାର୍ମ ପେଟିଏମକୁ ଦ୍ୱିତୀୟ ତ୍ରୟମାସରେ ଜୋରଦାର ପ୍ରଫିଟ ହୋଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖୁସି ଖବର । ନୂଆ ୟୁପିଆଇ ୟୁଜର୍ସଙ୍କୁ ଯୋଡ଼ିବା ପାଇଁ କମ୍ପାନୀକୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆ) ପକ୍ଷରୁ ମଞ୍ଜୁରୀ ମିଳିଛି । ନିଜର ସେପ୍ଟେମବର ତ୍ରୟମାସରେ କମ୍ପାନୀ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଏହା ମଧ୍ୟରେ କମ୍ପାନୀକୁ ଏନପିସିଆଇ ପକ୍ଷରୁ ମିଳିଛି ବଡ଼ ଆଶ୍ୱସ୍ତି । ଚଳିତ ବର୍ଷ ଆରମ୍ଭରୁ କମ୍ପାନୀକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଝଟକା ଦେଇଥିବା ବେଳେ ଏବେ ମିଳିଛି ବଡ଼ ଆଶ୍ୱସ୍ତି ।

ଏନପିସିଆଇ ପକ୍ଷରୁ ପେଟିଏମକୁ ନୂଆ ୟୁଜର୍ସ ଯୋଡ଼ିବା ପାଇଁ ମିଳିଥିବା ମଞ୍ଜୁରୀକୁ ନେଇ ଅକ୍ଟୋବର ୨୨ରେ ଏକ ଚିଠି ଜାରି କରାଯାଇଛି । ସମସ୍ତ ନିୟମାବଳୀ ଓ ସର୍କୁଲାର ପାଳନ କରିବା ପରେ ଏହି ମଞ୍ଜୁରୀ ପ୍ରାପ୍ତ ହୋଇଥିବା ଫିନଟେକ କମ୍ପାନୀ ପକ୍ଷରୁ କୁହାଯାଇଛି । ନୂଆ ୟୁଜର୍ସଙ୍କୁ ଯୋଡ଼ିବା ପାଇଁ ମଞ୍ଜୁରୀ ଦେବାକୁ ଗତ ଅଗଷ୍ଟ ମାସରେ ପେଟିଏମ୍ ପକ୍ଷରୁ ଏନପିସିଆଇ ନିକଟରେ ଆବେଦନ କରାଯାଇଥିଲା । ତେବେ ପେଟିଏମକୁ ରିସ୍କ ମ୍ୟାନେଜମେଣ୍ଟ, ମଲ୍ଟି-ବ୍ୟାଙ୍କ ଗାଇଡଲାଇନ୍ସ ଓ ଡାଟ ସୁରକ୍ଷା ନିୟମ ସମେତ ଅନ୍ୟ ଜରୁରୀ ନିୟମକୁ ପାଳନ କରିବାକୁ ପଡ଼ିବ ବୋଲି ଏନପିସିଆଇ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.