fbpx
BSKY SKY
BSKY SKY

ବିଶ୍ୱକପ ପୂର୍ବରୁ ଆଉ ଏକ ବଡ଼ ଦାବି ରଖିଲା PCB: ପାକିସ୍ତାନର ସରୁନି ଡିମାଣ୍ଡ ତାଲିକା

BSKY

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୪ଟି ଦିନ ବାକି ରହିଛି । କିନ୍ତୁ ସେପଟେ ଶେଷ ହେଉନି ପାକିସ୍ତାନର ଡିମାଣ୍ଡ ତାଲିକା । ଗୋଟିଏ ପରେ ଗୋଟିଏ ଡିମାଣ୍ଡ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ । କିଛି ଦିନ ତଳେ BCCI ତରଫରୁ ଗୋମାଂସ ଦିଆଯାଉ ନଥିବା ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ଆଉ ଏକ ବଡ଼ ଡିମାଣ୍ଡ ରଖିଛି ପିସିବି । ଏଥିପାଇଁ ନେଇ ପିସିବି ICCକୁ ଚିଠି ଲେଖି ମଧ୍ୟ ସୂଚନା ଦେଇଛି । ଏହି ଦାବିକୁ ନେଇ ଏବେ କ୍ରୀଡ଼ା ଜଗତରେ ଚର୍ଚ୍ଚା ଚାଲିଛି ।

ICCକୁ ଚିଠି ଲେଖି ଏକ ବଡ଼ ଦାବି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ପାକିସ୍ତାନର ପ୍ରଶଂସକ ଏବଂ ସାମ୍ବାଦିକମାନଙ୍କ ଭିସାରେ ବିଳମ୍ବତାକୁ ନେଇ ଚିନ୍ତାବ୍ୟକ୍ତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଭାରତକୁ ଆସି ଦିନିକିଆ ବିଶ୍ୱକପ ଦେଖିବାକୁ ଚାହୁଁଥିବା ପାକିସ୍ତାନୀ ଫ୍ୟାନ୍ସ ଏବଂ ସାମ୍ବାଦିକମାନଙ୍କ ଭିସା ପ୍ରକ୍ରିୟାରେ ତୀବ୍ରତା ଆଣିବାକୁ ଅନୁରୋଧ କରିଛି ପିସିବି । ଏହାପୂର୍ବରୁ ଖେଳାଳିମାନଙ୍କ ଭିସାକୁ ନେଇ ମଧ୍ୟ ICCକୁ ଚିଠି ଲେଖିଥିଲା ବୋର୍ଡ । ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଭିସା ନୀତି ବିଷୟରେ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କୁ ଏପର୍ୟ୍ୟନ୍ତ ଅବଗତ କରାଯାଇ ନାହିଁ । କାରଣ ପାକିସ୍ତାନ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିସାରିଥିବା ବେଳେ ୬ ଦିନ ମଧ୍ୟରେ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳିବ। ସାତ ବର୍ଷ ମଧ୍ୟରେ ପାକିସ୍ତାନ ପ୍ରଥମ ଥର ପାଇଁ ଭାରତରେ ଅଛି। ସେ ଏହା ପୂର୍ବରୁ ୨୦୧୬ ଟି -୨୦ ବିଶ୍ୱକପ ପାଇଁ ଦେଶ ଗସ୍ତ କରିଥିଲେ ପାକିସ୍ତାନ ଖେଳାଳି।

ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନର ବ୍ୟାଟିଂ ବିଭାଗ ଖୁବ ଶକ୍ତିଶାଳୀ ରହିଥିବା ବେଳେ ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ରହିଛି । ଭାରତର ଅଧିକାଂଶ ପିଚ୍ ସ୍ପିନ ବୋଲରଙ୍କୁ ସୁହାଇଥାଏ, କିନ୍ତୁ ପାକିସ୍ତାନ ଦଳର ସ୍ପିନ ଆଟାକ କମଜୋର ଥିବା କହିଛନ୍ତି ପୂର୍ବତନ ଅଧିନାୟକ ଇନ୍ତିଖାବ ଆଲମ୍ । ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚରେ ପାକିସ୍ତାନ ୩୪୫ ରନ କରିଥିଲେ ମଧ୍ୟ ଏହାକୁ ହାସଲ କରି ବିଜୟୀ ହୋଇଥିଲା କିୱି ଦଳ ।

Get real time updates directly on you device, subscribe now.