fbpx

ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ: ଜଣା ପଡ଼ିବା ପରେ ଘଟିଲା ଏମିତି କିଛି

ନୂଆଦିଲ୍ଲୀ: ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ଏକ ବିମାନରେ ସାଉଦି ଆରବକୁ ଯାଉଥିବା ବେଳେ ଧରା ପଡ଼ି ଯାଇଛନ୍ତି । ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ବ୍ୟକ୍ତି ବିମାନରେ ଅନ୍ୟ ଦେଶକୁ ଯାଇ ପାରୁଛନ୍ତି କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦୁର୍ଭାଗ୍ୟକୁ ଅଧା ବାଟରେ ସମସ୍ତ ଭିକାରୀମାନେ ଧରା ପଡ଼ିଯିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ, ପାକିସ୍ତାନରୁ ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରୁ ୧୬ ଜଣ ପାକିସ୍ତାନୀ ଭିକାରୀଙ୍କୁ ବାହାର କରି ଦିଆଯାଇଛି । ପଞ୍ଜାବ ସୀମା ନିକଟସ୍ଥ ମୁଲତାନ୍ ବିମାନବନ୍ଦରରେ ଏମାନଙ୍କୁ ଓହ୍ଲାଇ ଦେଇଛି ଏଫଆଇଏ । ଏଥିରେ ପ୍ରାୟ ୧୧ ଜଣ ମହିଳାଙ୍କ ସମେତ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ଥିବା ନେଇ ସୂଚନା ମିଳିଛି । ତେବେ ସମସ୍ତ ଭିକାରୀ ଉମରା ଭିସା ଦ୍ୱାରା ଯାତ୍ରା କରୁଥିବା କହିଛି ଏଫଆଇଏ । ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଯାତ୍ରୀମାନଙ୍କୁ ପଚରାଉଚରା କରିବାରୁ କିଛି ଯାତ୍ରୀ ଭିକ ମାଗିବା ପାଇଁ ବିମାନରେ ଯାଉଛନ୍ତି ବୋଲି ସ୍ୱୀକାର କରିଥିଲେ । ତେବେ ସେମାନେ କହିଛନ୍ତି ଯେ, ଭିକ୍ଷାବୃତ୍ତି ହେଉଥିବା ଆୟର ପ୍ରାୟ ଅଧା ଆୟ ଯାତାୟତ ପାଇଁ କାର୍ଯ୍ୟରତ ଏଜେଣ୍ଟଙ୍କୁ ଦେବାକୁ ହେବ ।

ତେବେ ଏଫଆଇଏ ମୁଲତାନ ଅଞ୍ଚଳରେ ଏହି ଭିକାରୀମାନଙ୍କୁ ଗିରଫ କରିଛି । ତେବେ ଏହାପରେ ବେଆଇନ ଭାବରେ ପାକିସ୍ତାନରୁ ସାଉଦି ଆରବକୁ ଭିକାରୀମାନଙ୍କ ଚାଲାଣ ହେବା ନେଇ ଖୁଲାସା ହୋଇଛି । ଏହି ମାମଲାରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନରୁ ହୋଇଥିବା ବେଳେ ଉମରା ଭିସା ଧରି ଯାତାୟତ କରୁଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.