fbpx

ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ହାଣିଲା ଯୁବକ, ଜୀବନ ବଞ୍ଚାଇବାକୁ ଡାକ୍ତର ପକାଇଲେ ୮୫୦ ଷ୍ଟିଚ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲିଭ ଇନ ରିଲେସନର ଏପରି ଭୟାନକ ଅନ୍ତ ଘଟିଛି ଯାହା ଜାଣିଲେ ଆପଣଙ୍କ ଛାତି ଧରି ଉଠିବ । ଏଠାରେ ଜଣେ ଯୁବକ ନିଜ ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଏପରି ଭାବରେ ହାଣିଛି ଯେ ପୋଲିସ ଓ ଡାକ୍ତରଙ୍କ କଲିଜା ବି ଏହା ଦେଖି ଥରି ଉଠିଛି । ମହିଳାଙ୍କୁ ଏବେ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ତାଙ୍କ ଜୀବନ ବଞ୍ଚାଇବା ଲାଗି ଡାକ୍ତରଙ୍କୁ ୮୫୦ରୁ ଅଧିକ ଷ୍ଟିଚ୍ କରିବାକୁ ପଡିଛି ।

ଉତ୍ତର ଦିଲ୍ଲୀର ରୂପ ନଗର ଅଞ୍ଚଳରୁ ପ୍ରେମ ବ୍ୟାପାରକୁ ନେଇ ଏହି ସାଙ୍ଘାତିକ ଖବର ଆସିଛି । ଏହି ଘଟଣାରେ ୨୭ ବର୍ଷୀୟ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଲିଗଡରେ ହୋଇଥିବା ବେଳେ ତାଙ୍କ ନାମ ରିଙ୍କୁ ରହିଛି । ପୋଲିସ ଶନିବାର ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଏହି ଘଟଣାରେ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କ ଶରୀରରେ ୮୫୦ରୁ ଅଧିକ ଷ୍ଟିଚ୍ କରିବାକୁ ପଡିଛି ।

ପୋଲିସ କହିଛି ୬-୭ ବର୍ଷ ତଳେ ଏହି ମହିଳାଙ୍କର ରିଙ୍କୁ ନାମକ ଯୁବକଙ୍କ ସହ ପ୍ରେମ ହୋଇଥିଲା । ରିଙ୍କୁ କମଳା ନଗରରେ ଏକ ଜୋତା ଦୋକାନରେ କାମ କରୁଥିଲା । ଏହାପରେ ଉଭୟ ଲିଭ୍ ଇନ ରିଲେସନରେ ରହିଥିଲେ । କିନ୍ତୁ କିଛି ବର୍ଷ ପରେ ଏମାନଙ୍କ ମଧ୍ୟରେ ଝଗଡା ହେବାରୁ ମହିଳା ରିଙ୍କୁଙ୍କୁ ଛାଡି ପିଜିରେ ରହୁଥିଲେ । କିନ୍ତୁ ହଠାତ୍ ଦିନେ ରିଙ୍କୁ ପଜିରେ ପହଞ୍ଚି ମହିଳାଙ୍କୁ ଏକ ଧାରୁଆ ଅସ୍ତରେ ଅତି ନୃଶଂସ ଭାବରେ କାଟି ପକାଇଥିଲା । ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପକ୍ଷରୁ ମହିଳାଙ୍କ ଶରୀରରେ ୮୫୦ ଷ୍ଟିଚ୍ କରାଯାଇଥିଲା । ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ ବୋଲି ପୋଲିସ କହିଛି ।

ଘଟଣା ଘଟାଇବା ପରଠାରୁ ରିଙ୍କୁ ଫେରାର ଥିଲା । କିନ୍ତୁ ଗତ ଶନିବାର ପୋଲିସ ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରିଛି । ଅଭିଯୁକ୍ତ ଏହି ମାମଲାରେ ନିଜର ଦୋଷ ସ୍ୱୀକାର କରିଥିବା କଥା ପୋଲିସ କହିଛି ।

Get real time updates directly on you device, subscribe now.