fbpx

PDS ହିତାଧିକାରୀଙ୍କୁ ଏଣିକି ମିଳିବ ଭିଟାମିନଯୁକ୍ତ କୃତ୍ରିମ ଚାଉଳ, ପ୍ରସ୍ତୁତ କଲେ CRRIର ବୈଜ୍ଞାନିକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ମିଳିବ । ପୂର୍ବରୁ ସମ୍ବଲପୁର, ବରଗଡ଼ ପରି ଜିଲ୍ଲାରେ ଏହି ପିଡିଏସ୍ ଚାଉଳ ବଣ୍ଟନ ହୋଇ ଆସୁଥିବା ବେଳେ ଏବେ କଟକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହା ବଣ୍ଟନ କରାଯିବ । ଆସନ୍ତା ବର୍ଷ ଏପ୍ରିଲ ମାସରୁ ଏହି ଚାଉଳ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଏହି ଭିଟାମିନଯୁକ୍ତ ଚାଉଳ ଗର୍ଭବତୀ, ଅପପୁଷ୍ଟିର ଶିକାର ହୋଇଥିବା ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଆବଶ୍ୟକ ମାତ୍ରାରେ ପୋଷଣ ଯୋଗାଇବ । ପ୍ରତ୍ୟେକ ୯୯ କେଜି ପିଡିଏସ ଚାଉଳରେ କୃତ୍ରିମ ଭାବେ ପ୍ରସ୍ତୁତ ଭିଟାମିନଯୁକ୍ତ ଚାଉଳକୁ ମିଶ୍ରଣ କରାଯିବ । ପ୍ରତି ୫୦ କେଜିଆ ପ୍ୟାକେଟରେ ଏହି ଭିଟାମିନଯୁକ୍ତ ଚାଉଳରୁ ୫୦୦ ଗ୍ରାମ ମିଶାଯିବ ବୋଲି ସ୍ଥିର ହୋଇଛି ।

ଏହି ଚାଉଳ ସମ୍ପର୍କରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ର ଜଣେ ବରିଷ୍ଠ ସାଇଣ୍ଟିଷ୍ଟ କହିଛନ୍ତି, ଏହି ଭିଟାମିନଯୁକ୍ତ ଚାଉଳ ବାସ୍ତବରେ ଚାଉଳ ନୁହେଁ । ମାତ୍ର ଏହାକୁ ଚାଉଳ ଆକାରରେ ପ୍ରସ୍ତୁତ କରାଯାଇଛି । ଏହା ଚାଉଳରେ ମିଶିଗଲା ପରେ ଉଭୟଙ୍କ ମଧ୍ୟରେ କିଛି ପାର୍ଥକ୍ୟ ଜଣାପଡ଼ିବ ନାହିଁ । ଏହି ଚାଉଳରେ ଲୌହସାର, ଜିଙ୍କ, ଭିଟାମିନ-ଇ ଓ ବି ରହିଛି । ଜଣେ ମହିଳାଙ୍କ ଲୌହସାର ଅଭାବକୁ ଏହି ସାର ପୂରଣ କରିପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.