fbpx

(Video) ଓଡ଼ିଶା ବଜାରକୁ ଆସିଲା ଅଦ୍ଭୂତ କୁକୁଡ଼ା: ମୟୁର ପରି ଦିଶୁଥିବା କୁକୁଡ଼ାକୁ ଦେଖିବାକୁ ଲାଗିଲା ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ସାଧାରଣ କୁକୁଡ଼ା ଦେଖିଥିବେ । ତେବେ ଏବେ ଓଡ଼ିଶା ବଜାରକୁ ଆସିଛି ଏକ ଭିନ୍ନ ପ୍ରଜାତିର କୁକୁଡ଼ା । ଏହି ଅଦ୍ଭୁତ କୁକୁଡ଼ା ମୟୂର ପରି ଦେଖାଯାଉଥିବା ବେଳେ ଏହାକୁ ଦେଖିବାକୁ ଏବେ ଦେଖଣାହାରୀଙ୍କ ଭିଡ଼ ଜମିଛି । ପୂର୍ବରୁ ଲୋକମାନେ ଏଭଳି କୁକୁଡ଼ା କେବେ ଦେଖି ନଥିଲେ । ତେବେ ଏହି ନୂଆ ଧରଣର କୁକୁଡ଼ା ଏବେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି ।

ଚୌଦ୍ୱାରା ସହର ଦେଇଥିବା ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମୁଣ୍ଡମାଳ ଛକରେ ଦେଖିବାକୁ ମିଳିଛି ଏହି ଅଦ୍ଭୁତ କୁକୁଡ଼ା । ସେଠାରେ ଏଭଳି ହଜାର ହଜାର କୁକୁଡ଼ା ରହିଛନ୍ତି । ଏହି କୁକୁଡ଼ାର ନାମ ହେଉଛି ‘ଗିନଫଲ ମୁର୍ଗୀ’ । ଏହି କୁକୁଡ଼ା ଦେଖିବାକୁ ଅବିକଳ ମୟୁର ପରି । ଦୁର୍ଯ୍ୟୋଧନ ନାମକ ଜଣେ ବ୍ୟବସାୟୀ ଏହି କୁକୁଡ଼ାଗୁଡ଼ିକୁ ଆହ୍ଲାବାଦରୁ ଓଡ଼ିଶାକୁ ଆଣି ବିକ୍ରି କରୁଛନ୍ତି ।

ଏହି କୁକୁଡ଼ାର ମାଂସ ବହୁତ ସୁସ୍ୱାଦୁ ବୋଲି ବେପାରୀମାନେ କହୁଛନ୍ତି । ଟ୍ରକ ସାହାଯ୍ୟରେ ଏମାନଙ୍କୁ ଓଡ଼ିଶାକୁ ଅଣାଯାଇଛି । ଏହି କୁକୁଡ଼ାର ବିଶେଷତ୍ୱ ହେଉଛି ଏହା ପାଞ୍ଚରୁ ସାତ ମାସ ପର୍ଯ୍ୟନ୍ତ ଅଣ୍ଡା ଦେବ । ଏହି କୁକୁଡ଼ାକୁ ୮ ଶହ ଟଙ୍କାରେ ବିକ୍ରି କରାଯାଉଥିବା ଦୁର୍ଯ୍ୟୋଧନ କହିଛନ୍ତି । ଏଭଳି ଅଦ୍ଭୁତ କୁକୁଡାକୁ ଦେଖିବାକୁ ଏବେ ଲୋକଙ୍କ ଭିଡ଼ ଲାଗିଛି ।

Get real time updates directly on you device, subscribe now.