fbpx

ଟିମ ଇଣ୍ଡିଆର କଞ୍ଜୁସୀ ବୋଲିଙ୍ଗ: ମିଲର-କ୍ଲାସେନଙ୍କ ପ୍ରୟାସରେ ଭାରତକୁ ମିଳିଲା ୨୫୦ ରନର ଟାର୍ଗେଟ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ୟିକା ପ୍ରଥମ ଦିନିକିଆରେ ଦେଖାଯାଇଛି ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ । ସିରିଜରେ ଭାରତୀୟ ଦଳକୁ କମବ୍ୟାକ କରୁଥିବା ବୋଲରଙ୍କ ସାମନାରେ ଅସହାୟ ହୋଇପଡିଛି ଦକ୍ଷିଣ ଆଫ୍ରିକା । ଫଳରେ ୪୦ ଓଭରରେ ମାତ୍ର ରନ କରିବାରେ ସାଉଥ ଆଫ୍ରିକା ସମର୍ଥ ହୋଇଛି । ସମସ୍ତ ବୋଲରଙ୍କ ବୋଲିଂରେ କଞ୍ଜୁସୀ ଯୋଗୁଁ ଭାରତକୁ ୪୦ ଓଭରରେ ମାତ୍ର ୨୫୦ ରନର ଟାର୍ଗେଟ ମିଳିଛି ।

ଶିଖରଙ୍କର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ସଫଳ ହୋଇଛି । ସାଉଥ ଆଫ୍ରିକା ଉପରେ ଭାରୀ ପଡିଛନ୍ତି ଟିମ ଇଣ୍ଡିଆର ବୋଲର । ଦମଦାର ବ୍ୟାଟିଂ ଅର୍ଡର ସହ ମଇଦାନକୁ ଓହ୍ଲାଇଥିବା ସାଉଥ ଆଫ୍ୟିକା ମାତ୍ର ୨୪୯ କରିବାରେ ହିଁ ସକ୍ଷମ ହୋଇପାରିଛି । ନିଜ ବୋଲିଂରେ ଖୁବ କଞ୍ଜୁସୀ ଦେଖାଇଛନ୍ତି ଭାରତୀୟ ବୋଲର । ତେବେ ଭାରତକୁ ଏବେ ୪୦ ଓଭରରେ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ ଆଫ୍ରିକା । ତେବେ ଦଳ ପକ୍ଷରୁ ଡାଭିଡ ମିଲର ୭୫ ରନ କରିଥିବା ବେଳେ ହେନରିକ କ୍ଲାସେ ୭୪ ରନ କରିଛନ୍ତି । ଏହା ବ୍ୟତୀତ କ୍ୱିଣ୍ଟନ ଡି କକ୍ ୪୮ ରନ କରିଛନ୍ତି । ତେବେ ଅନ୍ୟ କୌଣସି ଖେଳାଳିଙ୍କ ପ୍ରଦର୍ଶନରେ କୁସି ହୋଇ ନଥିବ ସାଉଥ ଆଫ୍ରିକାର ଡଗ ଆଉଟ । ବିଶେଷ କରି ଅଧିନାୟକ ତେମ୍ବା ବାଭୂମା ଟି-୨୦ ପରେ ଦିନିକିଆରେ ବି ଫ୍ଲପ ସାବ୍ୟସ୍ତ ହୋଇଛନ୍ତି ।

ସେପଟେ ଭାରତ ପକ୍ଷର ଅଧିକାଂଶ କେଳାଳି କମବ୍ୟାକ କରିଛନ୍ତି । ଶାର୍ଦ୍ଦୁଳ ଠାକୁର ଏବଂ କୁଳଦୀପ ଯାଦବଙ୍କ ଉପରେ ନଜର ରହିଥିବା ବେଳେ ମ୍ୟାଚରେ ସେ ସୁନ୍ଦର ବୋଲିଂ କରିଛନ୍ତି । ଏହି ମ୍ୟାଚରେ ୮ ଓଭରରୁ ଗୋଟିଏ ମେଡେନ ସହ ୩୫ ରନ ଦେଇ ୨ଟି ଶିକାର କରିଛନ୍ତି ଶାର୍ଦ୍ଦୁଳ ଠାକୁର । ତାଙ୍କ ବ୍ୟତୀତ ରବି ବିଷ୍ଣୋଇ ଏବଂ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । କିନ୍ତୁ ଆବେଶ ଖାନ ଏବଂ ମହମ୍ମଦ ସିରାଜ କୌଣସି ୱିକେଟ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ଏବେ ଏହି ମ୍ୟାଚକୁ ଜିତି ସିରିଜରେ ଆଗୁଆ ହେବା ପାଇଁ ୨୫୦ ରନର ଲକ୍ଷ୍ୟ ପାଇଛି ଶିଖର ସେନା ।

Get real time updates directly on you device, subscribe now.