fbpx

ପେଗାସସ୍ ବଢ଼ାଇଲା ଚିନ୍ତା, ମାଲୱେର୍ ଆଟାକ୍ କେମିତି ନହେବ…

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ଷକୁ ବର୍ଷ ବଢ଼ି ଚାଲିଛି ସାଇବର୍ କ୍ରାଇମ୍ । ନୂଆ ନୂଆ କୌଶଳରେ ହାକର୍ ଆଟାକ୍ କରୁଛନ୍ତି । ଆଉ ସହଜରେ ଫସିଯାଉଛନ୍ତି ସାଧାରଣ ଜନତା । ପରିସ୍ଥିତି ଏଭଳି ହୋଇଛି ଯେ ଏକ୍ସପର୍ଟମାନେ ମଧ୍ୟ ଜାଣିବା ବେଳକୁ କ୍ଷତି ହୋଇଯାଉଛି କୋଟି କୋଟି ଟଙ୍କା । ଖିଅ ପାଉନାହାନ୍ତି ଆଇଟି ଏକ୍ସପର୍ଟ । ତେବେ ହାକରମାନେ ନିହାତି ଏଦିଗରେ ଅଧିକ କୌଶଳ ଆପଣାଉଥିବା ସ୍ପଷ୍ଟ । ସମ୍ପ୍ରତି ପେଗାସସ୍ ପାଇଁ ଦେଶରେ ଚିନ୍ତା ବଢ଼ି ଯାଇଛି । ସହଜରେ ହେଇଯିବ ମାଲୱେର୍ ଆଟାକ୍ । ତେବେ ଏଥିରୁ କେମିତି ବର୍ତ୍ତିବାକୁ ହେବ ଓ ସୁରକ୍ଷିତ ରହିପାରିବା ସେନେଇ ଚାଲିଛି ପରୀକ୍ଷାନିରୀକ୍ଷା ।

କମ୍ପ୍ୟୁଟର ଭଳି ମୋବାଇଲ ଫୋନକୁ ଖୁବ ସହଜରେ ମାଲୱେର୍ ଆଟାକ୍ ଶିକାର କରୁଛନ୍ତି ହାକର୍ । ଆଇଟି ଏକ୍ସପର୍ଟଙ୍କ କହିବା ଅନୁସାରେ ଏଥିରୁ ସୁରକ୍ଷିତ ରହିବା ପାଇଁ ହେଲେ ନିଜେ ଖୁବ୍ ସତର୍କ ରହିବା ଦରକାର । ସ୍ମାର୍ଟ ମୋବାଇଲ୍ ଫୋନକୁ ମଝିରେ ମଝିରେ ଫର୍ମାଟ କରିବାକୁ ହେବ । ଫଳରେ କିଛିଟା ସୁରକ୍ଷା ମିଳିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ନ୍ୟାସନାଲ ଅସୋସିଏସନ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଡାର୍କ ସାଇଡ ରାନ୍ସମେୱାୟାର ସମ୍ପର୍କରେ କୁହାଯାଇଥିଲା । ସମଗ୍ର ବିଶ୍ୱରେ ମୋଟ ୧୫ଟି ଦେଶରେ ରାନ୍ସମେୱାୟାର ସାହାଯ୍ୟରେ ଲୋକଙ୍କଠାରୁ ଟଙ୍କା ହଡ଼ପ କରାଯାଉଥିବା ଧରାପଡ଼ିଥିଲା । ଆଇଟି ମନ୍ତ୍ରଣାଳୟ ସହ ମିଶି କାମ କରୁଥିବା ଏଜେନ୍ସି ସର୍ଟ ଇନ୍ କହିବା ଅନୁସାରେ ୨୦୧୯ରୁ ୨୦୨୦ ମଧ୍ୟରେ ୩ ଗୁଣା ବଢ଼ିଛି ସାଇବର କ୍ରାଇମ୍ । ଏଥିପାଇଁ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଦିଗରେ କିଛି ବଡ଼ ପଦକ୍ଷେପ ନେବା ଦରକାର ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.