fbpx

ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରହିବେ ରାଜ୍ କୁନ୍ଦ୍ରା

ମୁମ୍ବାଇ: ମୁମ୍ବାଇ ପୁଲିସ୍ ଗତକାଲି ରାତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଶୁଟିଂ ଏବଂ ଆପ୍ ରେ ଉପଲବ୍ଧ କରାଇବା ମାମଲାରେ ମୁମ୍ବାଇ ପୁଲିସ୍ ସୋମବାର ତାଙ୍କୁ ଗିରଫ କରିଛନ୍ତି । ତେବେ ତାଙ୍କ ସମେତ ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିସାରିଲାଣି ।

ମୁମ୍ବାଇ ପୁଲିସ୍ କହିଛି ଯେ, ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ଏବଂ ତାଙ୍କୁ ଜୁଲାଇ ୨୩ ପର୍ୟ୍ୟନ୍ତ ପୁଲିସ୍ ହେପାଜତକୁ ପଠାଯାଇଛି ।

Get real time updates directly on you device, subscribe now.